ଚୌଦ୍ୱାର ୨୭/୦୨/୨୦୨୪: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା ବାହାର କରୁଛନ୍ତି। ଯୋଜନା ଗୁଡିକରେ କେହି ଉପକୃତ ହେଉଥିବା ବେଳେ କିଛି ସ୍ଥାନରେ ପ୍ରକୃତ ହିତାଧିକାରୀ ମାନେ ସାମିଲ ହୋଇପାରୁ ନାହାନ୍ତି। ଆଜି ରାଜ୍ୟ ରେ ଅନେକ ଜିଲ୍ଲା ରେ ଏକାଧିକ ଆମ ହସ୍ପିଟାଲ ରୁପନ୍ତରିକରଣ ଉଦ୍ଘାଟନୀ ଉତ୍ସବ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ବାର ବ୍ଲକ୍ ରେ ଥିବା ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଆଜି ଆମ ହସ୍ପିଟାଲ ରୂପାନ୍ତରିକରଣ ର ଉଦ୍ଘାଟନୀ ସମାରହୋ ଅନୁଷ୍ଠିତ ହୋଇଛି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର କାର୍ଯ୍ୟ ସମ୍ପୂର୍ଣ ହୋଇ ନଥିଲେ ମଧ୍ୟ ଆଜି ଏହାର ଉଦ୍ଘାଟନ ହୋଇଛି। ଏହା ନିମ୍ନ ମାନର କାର୍ଯ୍ୟ ହୋଇଥିବା ନେଇ ସ୍ଥାନୀୟ ଜନସାଧାରଣ ଙ୍କ ମଧ୍ୟରେ ଆଲୋଚନା ହେଉଛି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଟଏଲେଟ୍ ରେ କବାଟ ନଥିବା ବେଳେ ଚଟାଣ ରେ ପଡ଼ୁଥିବା ଟାଇଲ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ସ୍ବାସ୍ଥ୍ୟ କେନ୍ଦ୍ର ର ଚତୁର୍ପାର୍ଶ୍ଵ ଥିବା ପାଚେରୀ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ଯେଉଁଠାରେ ସାଧାରଣ ଲୋକଙ୍କ ନଜର ରହିବ ସେହିସ୍ଥାନ ର ପାଚେରୀ କୁ ରଙ୍ଗ ମରାଯାଇଥିବା ବେଳେ ପଛ ପଟେ ଥିବା ପାଚେରୀ ରେ ରଙ୍ଗ କାମ ହୋଇନାହିଁ। ଭିତର ପାର୍ଶ୍ଵରେ ରଙ୍ଗ କାର୍ଯ୍ୟ ଦୁରର କଥା ପୁରୁଣା ପାଚେରୀ ଉପରେ ନବ ନିର୍ମିତ ଇଟା ଯୋଡେଇ କୁ ମଧ୍ୟ ପ୍ଲାଷ୍ଟର କରାଯାଇ ନାହିଁ। ତେବେ କାର୍ଯ୍ୟ ସମ୍ପୂର୍ଣ ହୋଇନଥିବା ବେଳେ ବିଧାୟକ ପ୍ରସାନ୍ତ ବେହେରା ଏତେ ତରବରିଆ ହେଉଛନ୍ତି କାହିଁକି ତାହା ଏବେ ଲୋକଙ୍କ ମନରେ ବଡ ପ୍ରଶ୍ନ ସୃଷ୍ଟି କରିଛି। ଆଉ କିଛି ଦିନ ପରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଏହିଭଳି କାର୍ଯ୍ୟ କରି ବିଧାୟକ ପ୍ରଶାନ୍ତ ବେହେରା ସାଧାରଣ ଜନତା ଙ୍କୁ ଭୁଆଁ ବୁଲାଇ ବାହା ବାହା ନବାକୁ ଚେଷ୍ଟା କରି ନିର୍ବାଚନ ପାଇଁ ନିଜର ପାଣ୍ଠି ଯୋଗାଡ କରୁଛନ୍ତି ବୋଲି ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।
ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି କି? ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ।
