ଫୋକସ ପ୍ଲସ(ବ୍ୟୁରୋ)୧୦/୦୯/୨୦୨୨: ଓଡିଶାର କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT)ର ନୂତନ କୁଳପତି ହେଲେ ପ୍ରଭାତ କୁମାର ରାଉଳ l ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଙ୍କ ଦ୍ୱାରା ପାଇଲେ ନିଯୁକ୍ତି l ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଏହି ପଦବୀରେ ରହି କାର୍ଯ୍ୟ କରିବେ ବୋଲି ନିର୍ଦ୍ଧାରିତ ହୋଇଛି କାର୍ଯ୍ୟକାଳ l ଅଧ୍ୟାପକ ଜୀବନରେ ତାଙ୍କ ଅବଦାନର ଅନେକ କୃତିତ୍ୱ ରହିଛି l ଦୀର୍ଘ ୨୯ ବର୍ଷରୁ ଅଧିକ ଅଧ୍ୟାପନାର ଅଭିଜ୍ଞତା ହାସଲ କରିଛନ୍ତି ଶ୍ରୀଯୁକ୍ତ ପ୍ରଭାତ କୁମାର ରାଉଳ l ଏହା ବ୍ୟତୀତ ସେ ୨4 ଟି ପୁସ୍ତକ ମଧ୍ୟ ପ୍ରକାଶ କରିଛନ୍ତି l ୯ ଜଣ ପିଏଚଡି ଗବେଷକ ତାଙ୍କ ତତ୍ୱାବଧାନରେ ପିଏଚଡି ଉପାଧି ହାସଲ କରିଛନ୍ତି lପ୍ରଫେସର ରାଉଳଙ୍କ ନିଯୁକ୍ତି ପରେ କର୍ମଚାରୀଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଥିବା ଦେଖିବାକୁ ମିଳିଛି l ତେବେ ମେ ୧୩ରେ ପ୍ରଫେସର ପୱନ କୁମାର ଅଗ୍ରୱାଲ କୁଳପତି ପଦରୁ ଅବସର ନେଇଥିଲେ lସେବେଠାରୁ ଖାଲି ପଡିଥିବା କୁଳପତି ପଦବୀରେ ରାଜ୍ୟ କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା ଦାୟିତ୍ୱରେ ରହିଥିଲେ l ୨ ଟି କାର୍ଯ୍ୟ ଏକାସାଙ୍ଗେ ତୁଲାଉଥିବା ଫଳରେ ଓୟୁଏଟି ର ଦୈନନ୍ଦିନ କାର୍ଯ୍ୟ ବାଧା ପ୍ରାପ୍ତ ହେଉଥିଲା l ତେଣୁ ନୂତନ କୁଳପତି ନିଯୁକ୍ତି ପାଇଁ ଛାତ୍ରଛାତ୍ରୀ, ଅନ୍ୟାନ୍ୟ ଶିକ୍ଷକ ଓ କର୍ମଚାରୀମାନେ ଦାବୀ କରିଥିଲେ l
