ଓଲଟିଲା ବଳଦ ବୋଝେଇ ପିକଅପ୍

ଠାକୁରମୁଣ୍ଡା (mayurbhanj) : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ବଜାର ଠାରୁ ୨କିମି ଦୂର ଜୁଆଳିକଟା ଛକ ନିକଟରେ ବଳଦ ବୋଝେଇ ପିକଅପ୍ ଓଲଟି ଜଣେ ଯୁବକ ଓ ଗୋଟିଏ ବଳଦର ମୃତ୍ୟୁ ହୋଇଛି।

ସକାଳ ୮ଟା ସମୟରେ ଠାକୁରମୁଣ୍ଡା ବଜାର ଦେଇ କରଂଜିଆ ରାସ୍ତାରେ ଏକ ପିକଅପ୍ (ନଂ-ଓଡି ୧୧ଏଏ ୩୯୮୮) ବଳଦ ବୋଝେଇ କରି ଯାଉଥିଲା। ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଶରତ ଥାନା ପୁଲିସ କର୍ମଚାରୀ ଯାଉଥିଲେ। ବଳଦ ବୋଝେଇ ପିକଅପ ପୁଲିସକୁ ଦେଖି ଛାନିଆଁରେ ଜୋରରେ ଗାଡ଼ି ଚଳାଇ ଜୁଆଳି ଛକରୁ ନିପାଣିଆ ରାସ୍ତାରେ ଚାଲିଯିବାକୁ ଚେଷ୍ଟା କରି ଏକ ରାସ୍ତାରେ ପୋତା ଯାଇଥିବା ଖୁଣ୍ଟିକୁ ଧକ୍ମା ଦେଇ ଓଲଟି ପଡ଼ିଥିଲା। ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି। ପିକଅପ୍ ଉପରେ ବସିଥିବା ଜଣେ ଯୁବକ ଓ ବଳଦ ପିକଅପ ତଳେ ଚାପି ହୋଇଯାଇଥିଲେ। ଯୁବକ ଓ ଗୋଟିଏ ବଳଦର ଦୁର୍ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ମୃତ ଯୁବକଙ୍କ ପରିଚୟ ମିଳିନାହିଁ।

Leave a Reply

Your email address will not be published. Required fields are marked *