ଫୋକସ ପ୍ଲସ(ତେଲକୋଇ): ଜାତୀୟ ରାଜପଥ ରେ ଓଲଟିଲା ଟ୍ରକ, ଡ୍ରାଇଭର ମୃତ।ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ଅନ୍ତର୍ଗତ ବିଞ୍ଝବାହାଳ ଗାଁ କାଳିମନ୍ଦୀର ନିକଟ ୪୯ ନଂମ୍ବର ଜାତୀୟ ରାଜପଥ ରେ।ଦିନ ପ୍ରାୟ ସାଢେ଼ ୧୨ ସମୟରେ ପାଲ୍ଲଲହଡା ପଟୁ କେନ୍ଦୁଝର ପଟକୁ ଏକ ୧୨ ଚକିଆ ଟ୍ରକ OD09C3187 ଦୃତଗତିରେ ଆସୁଥିବା ବେଳେ ବିଞ୍ଝବାହାଳ ଗାଁ କାଳିମନ୍ଦୀର ନିକଟରେ ଭାରସ୍ୟାମ ହରାଇ ରାସ୍ତା ତଳକୁ ଓଲଟି ପଡିଥିଲା।ଫଳରେ ଘଟଣା ସ୍ଥଳରେ ଡ୍ରାଇଭର ଙ୍କ ମୃତ୍ୟୁ ଘଟିଥିଲା।ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।ମୃତ ଡ୍ରାଇଭର ଙ୍କ ପରିଚୟ ମିଳିପାରିନାହିଁ।
କେନ୍ଦୁଝର,ତେଲକୋଇରୁ ଏଭିଓ ଶ୍ରୀମନ୍ତ ସାହୁଙ୍କ ରିପୋର୍ଟ