ଓଡାପଡା ବ୍ଳକ ମାନପୁର ଷ୍ଟାର ନାଇଟ୍ କ୍ରିକେଟ୍ ଖେଳର ଗ୍ରାଣ୍ଡ ଫାଇନାଲ ର ଅନ୍ତିମ ପର୍ଯ୍ୟାୟ ।

ଢେଙ୍କାନାଳ: ଓଡ଼ାପଡ଼ା ବ୍ଳକ୍ ଅନ୍ତର୍ଗତ ମାନପୁର କ୍ରିକେଟ୍ ଖେଳ ପଡ଼ିଆରେ ୧୬ ଗୋଟି ଦଳକୁ ନେଇ କିଛି ଦିନ ଧରି ମ୍ୟାଚ ଚାଲିଥିଲା। ଆଜି ହେଉଛି ଖେଳର ଅନ୍ତିମ ଦିବସ, ଏହି ଅନ୍ତିମ ଦିବସରେ ତାଳଚେର ଷ୍ଟାଡିୟମ ଟିମ ଓ ନୁହାତା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ୧୦ ଓଭର ବିଶିଷ୍ଟ ୩ ଥର ମ୍ୟାଚ୍ ହେବ ନିୟମ ରଖାଯାଇଥିଲା ଏବଂ ଏଥିରୁ ଯେଉଁ ଦଳ ୨ଟି ମ୍ୟାଚ ବିଜୟ ହାସଲ କରିବ ସେହି ଦଳକୁ ଚମ୍ପିୟାନ ଟ୍ରଫିକୁ ପ୍ରଦାନ କରାଯିବ କିନ୍ତୁ ତାଳଚେର ଷ୍ଟାଡିୟମ ଟିମ୍ ପ୍ରଥମ ଓ ଦ୍ଵିତୀୟ ମ୍ୟାଚ ବିଜୟ ହାସଲ କରି ଚମ୍ପିୟାନ ଟ୍ରଫିକୁ ହାସଲ କରି ନେଇଛନ୍ତି । ଏହି ଖେଳରେ ଦୁଇ ଅମ୍ପାୟାର ଯୋଶବନ୍ତ ନା ଏକ ଓ ବିକାଶ ନାଏକ ସୁନ୍ଦର ଅମ୍ପାୟାରିଙ୍ଗ ଉପସ୍ଥାପନା କରିଥିଲେ।
ଏହି ମ୍ୟାଚର ଅନ୍ତିମ ଦିବସରେ ସମ୍ମାନୀତ ଅତିଥି ଭାବେ ସମାଜସେବୀ ଚିତ୍ତ ନାଥ, ଲକ୍ଷ୍ମୀ ନାରାୟଣ କ୍ଲବର ସଭାପତି ବିନୋଦ ବିହାରୀ ବେହେରା, ପୂର୍ବତନ ସରପଞ୍ଚ ଅମରେଶ ରାଉତ, ଖେଳ ପରିଚାଳକ ଅଜୟ ନାଏକ, ଶୁସିଲ ସ୍ଵାଇଁ , ରାଜେନ୍ଦ୍ର ରାଉତ,ଶୁସାନ୍ତ ରାଉତ ଉପସ୍ଥିତ ରହି ତାଙ୍କର ଅଭିଭାଷଣ ରଖିବା ସହିତ ଖେଳାଳି ମାନଙ୍କୁ ପୁରସ୍କାର ବିତରଣ କରିଥିଲେ|

Leave a Reply

Your email address will not be published. Required fields are marked *