ଓଡ଼ିଶା ସରକାରୀ କର୍ମଚାରୀ ମହାସଂଘ ବୈଠକ

ଫୋକସ ପ୍ଲସ(ବାଲିଗୁଡା)୨/୦୯/୨୦୨୨: ଆଜି ତା ୦୧.୦୯.୨୦୨୨ ରିଖ ଦିନ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ, କନ୍ଧମାଳ ଜିଲ୍ଲା ଶାଖା ତରଫରୁ ବାଲିଗୁଡ଼ା ଜଗନ୍ନାଥ ମନ୍ଦିର ପରିସର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଜିଲ୍ଲାର ୬ ଗୋଟି ବ୍ଲକ ଯଥା:- ବାଲିଗୁଡ଼ା, କୋଟଗଡ଼, ତୁମୁଡ଼ିବନ୍ଧ, କ.ନୂଆଗାଁ, ଦାରିଙ୍ଗବାଡ଼ି ଓ ରାଇକିଆ ବ୍ଲକରେ କାର୍ଯ୍ୟରତ ସରକାରଙ୍କ ବିଭିନ୍ନ ବିଭାଗ ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ରାଜସ୍ଵ, ପଞ୍ଚାୟତିରାଜ, ସାମଜିକ ସୁରକ୍ଷା, କୃଷି ଏବଂ ପଶୁସମ୍ପଦ, ଜଙ୍ଗଲ ଏବଂ ପରିବେଶ, ଶ୍ରମ ଓ ପୁଲିସ ଆଦି ବିଭାଗର କର୍ମଚାରୀ ନେତାମାନେ ଯୋଗଦେଇ ରାଜ୍ଯ ସରକାରଙ୍କ ଚୁକ୍ତିଭିତ୍ତିକ ନିଯୁକ୍ତି ନୀତିରେ ଚୁକ୍ତିଭିତ୍ତିକ କର୍ମଚାରୀ କିପରି ୬ ବର୍ଷ ପର୍ଯ୍ୟନ୍ତ ଶୋଷଣ ଓ ନିଷ୍ପେସିତ ହେଉଛନ୍ତି ସବିଶେଷ ଆଲୋଚନା କରିଥିଲେ l ପୂର୍ବରୁ ମହାସଂଘର ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ଓ କନିଷ୍ଠ ଶିକ୍ଷକମାନେ ଜିଲ୍ଲା ସ୍ତରରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ସ୍ତରରେ ତହସିଲଦାର, ବିଡିଓଙ୍କ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ୫ ଦଫା ସମ୍ବଳିତ ଦାବିପତ୍ର ଦେଇଛନ୍ତି l ଏବଂ ମହାସଂଘର ଆନ୍ଦୋଳନର କାର୍ଯ୍ୟସୂଚୀ ମୁତାବକ ଜିଲ୍ଲାର ସମସ୍ତ ସରକାରୀ ଦପ୍ତର ଓ ଶିକ୍ଷାନୁଷ୍ଠାନ ମାନଙ୍କରେ କର୍ମଚାରୀମାନେ ଅଗଷ୍ଟ ୧୬ ତାରିଖରୁ କାଳବ୍ୟାଚ ପିନ୍ଧି ପ୍ଲାକାର୍ଡ ଧରି ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି l ଏହି ବିକ୍ଷୋଭ ପ୍ରଦର୍ଶନ ଆସନ୍ତା ସେପ୍ଟେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ମହାସଂଘ ସରକାରଙ୍କୁ ଅବଗତ କରାଇଛନ୍ତି l ଏହି ୫ ଦଫା ଦାବି ମଧ୍ୟରେ, ଓଡିଶା ସରକାରୀ ଚାକିରୀ କ୍ଷେତ୍ରରେ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ଉଚ୍ଛେଦ କରିବା, ୬ ବର୍ଷ ଚୁକ୍ତିଭିତ୍ତିକ ଚାକିରୀ ସମୟକୁ ମୂଳ ଚାକିରି ଅବଧିରେ ଗଣନା କରିବା, ଚୁକ୍ତିଭିତ୍ତିକ ନିଯୁକ୍ତି ଅଧିନିୟମ ୨୦୧୩ ମୁତାବକ ସପ୍ତମ ବେତନ କମିଶନ ଅନୁଯାୟୀ ମୂଳ ଦରମା ପ୍ରଦାନ କରିବା, ପୂର୍ବର ୫୦% ବର୍ଦ୍ଧିତ ଦରମା ଜାନୁଆରୀ ୨୦୧୬ ଠାରୁ ଲାଗୁ କରିବା, ଏବଂ ନିୟମିତ କର୍ମଚାରୀମାନଙ୍କ ପରି ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଏବଂ ଘର ଭଡା ଇତ୍ୟାଦି ପ୍ରଦାନ କରିବା ଇତ୍ୟାଦି ସମ୍ମିଳିତ ଅଛି l ଇତିମଧ୍ୟରେ ରାଜ୍ୟସରକାର ଯଦି ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘକୁ ଦେଇଥିବା ପ୍ରତିଶୃତି ଅନୁଯାୟୀ ସେମାନଙ୍କ ନ୍ୟାର୍ଯ୍ୟ ଦାବିଗୁଡିକୁ ପୂରଣ ନକରନ୍ତି, ତେବେ ରାଜ୍ୟ ମହାସଂଘର ଡାକରାରେ ଓଡ଼ିଶାର ସମସ୍ତ ୭୦,୦୦୦ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନେଇ ଏକ ବିଶାଳ ଶୋଭାଯାତ୍ରା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଭୁବନେଶ୍ଵର ଠାରେ ସମବେତ ହେବେ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଅଛି। ଏହାପରେ ଯଦି ସରକାର ଉଦାସୀନ ମନୋଭାବ କିମ୍ବା ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦାବିକୁ ଅଣଦେଖା କରନ୍ତି ତେବେ ରାଜ୍ୟ ସଂଘର ନିଷ୍ପତ୍ତି କ୍ରମେ ଜିଲ୍ଲା ତଥା ରାଜ୍ୟର ସମସ୍ତ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି l ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଙ୍ଘ କନ୍ଧମାଳ ଶାଖାର ଜିଲ୍ଲା ସଭାପତି ଅଶୋକ କୁମାର ଗୌଡ଼, ସାଧାରଣ ସମ୍ପାଦକ ସିମାଞ୍ଚଳ ପଣ୍ଡା, ବ୍ଲକ ସଭାପତି ହୃଦୟ ରଞ୍ଜନ ହୋତା, ସ୍ୱାଧୀନ କୁମାର ଗଣ୍ଡା, ରୋହିମ କୁମାର ନାୟକ, ଦେବରାଜ ମଲ୍ଲିକ, ରାମେସ୍ୱର ନାୟକ, ପ୍ରିୟବ୍ରତ ପଣ୍ଡାଙ୍କ ସମେତ ଜିଲ୍ଲା କନିଷ୍ଠ ଶିକ୍ଷକସଂଘ ନେତା ଭବାନି ଶଙ୍କର ବେହେରା, ତୁଶାର ରଞ୍ଜନ ମହାପାତ୍ର ପ୍ରମୁଖ ନେତୃମଣ୍ଡଳୀ ପ୍ରେସ ରିଲଜ ଦ୍ୱାରା ଜଣାଇଛନ୍ତି lବାଲିଗୁଡା ରୁ ଜୋତି ପ୍ରକାଶ ସାମନ୍ତରାୟ ଙ୍କ ରିପୋର୍ଟ ଫୋକସ ପଲସ |

ବାଲିଗୁଡା ରୁ ଜୋତି ପ୍ରକାଶ ସାମନ୍ତରାୟ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *