ଓଡ଼ିଶା ପ୍ରଗତି ମଞ୍ଚ ପକ୍ଷରୁ ଆଦର୍ଶ ଗୁରୁଙ୍କୁ ସମ୍ବର୍ଦ୍ଧନା

ଫୋକସ ପ୍ଲସ(କେନ୍ଦ୍ରାପଡ଼ା)୦୬/୦୯/୨୦୨୨: ଓଡ଼ିଶା ପ୍ରଗତି ମଞ୍ଚ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଲୋକନାଥ ମହାବିଦ୍ୟାଳୟ କୋରୁଆ ପରିସରରେ ପବିତ୍ର ଗୁରୁଦିବସ ପାଳନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ସତାଧିକ ଗୁରୁଜୀ ଗରୁମା ସହିତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ। ଏବଂ ଗଛ ସହ ଉତ୍ତରୀୟ ମାନପତ୍ର ପ୍ରଦାନ କରାଯାଇଥିଲା
ଏହି ଶୁଭ ଅବସରରେ ରାଜ୍ୟସ୍ତରୀୟ ଆଦର୍ଶ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ଅନୁଷ୍ଠାନର ସଭାପତି ପ୍ରକୃତି ବନ୍ଧୁ ସନ୍ତୋଷ ଜେନା ସଭା ପରିଚାଲନା କରିଥଲେ । ମୁଖ୍ୟ ଅତିଥି ଭାବେ ମାନବ ହିତୈଶି ଅନୁଷ୍ଠାନର ମୁଖ୍ୟ ପଣ୍ଡିତ ଦୈତାରି ମହାପାତ୍ର ,ମୁଖ୍ୟବକ୍ତା ଭାବେ ସୁବାସ ଇଞ୍ଜିନିୟରିଂ କଲେଜ ର ସମ୍ପାଦକ ଡ ସୌଭାଗ୍ୟ ପରିଡ଼ା , ଆଚାର୍ଯ୍ୟ ଅନାମ ମୁନି, ଶିବ ପ୍ରସାଦ ସିଂହ, ଜିଲ୍ଲା ମତ୍ସ୍ୟ ଅଧିକାରୀ ମମତା ମହାପାତ୍ର, କେଦାର ସାମନ୍ତରାୟ ପ୍ରମୁଖ ଯୋଗଦେଇ ୬୦ ଜଣ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା କରିଥଲେ ।

 

କେନ୍ଦ୍ରାପଡ଼ା ରୁ ମୁକ୍ତେଶ୍ଵର ସ୍ୱାଇଁ ଙ୍କ ରିପୋର୍ଟ ଫୋକସ ପ୍ଲସ୍ |

Leave a Reply

Your email address will not be published. Required fields are marked *