ବୋରିଗୁମ୍ମା20/01/2024: ବୋରିଗୁମ୍ମା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ଭାଷା ,ସାହିତ୍ୟ ଓ ସୃଜନଶୀଳତା ଉତ୍ସବ ପାଳିନ ହୋଇଯାଇଛି ।ବିଦ୍ୟାଳୟ ସ୍ତରରେ ୪ଟି କ୍ଲବ ମାଧ୍ୟମରେ ସାହିତ୍ୟ ସୃଜନୀ , ଜିଜ୍ଞାସା, କ୍ରୀଡ଼ାଙ୍ଗନା ଓ କୌଶଳ ମାଧ୍ୟମରେ ଏହି ଉତ୍ସବ ଅନୁଷ୍ଠିତ ହୋଇଛି । ବ୍ଲକର କୁମୁଲି ଏବଂ କାଠରଗଡା ବିଦ୍ୟାଳୟରେ ବହୁ ଆଡମ୍ବର ସହକାରେ ଶିକ୍ଷକ ଏବଂ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ୪ଟି ବ୍ଲକ ଗଠନ କରି ବିଭିନ୍ନ ପ୍ରକାର ପ୍ରକଳ୍ପ ମାଧ୍ୟମରେ ଭାଷା ,ସାହିତ୍ୟ, ବିଜ୍ଞାନ,କ୍ରୀଡା ମାଧ୍ୟମ ରେ ଓଡ଼ିଆ ଭାଷା ଓ ସାହିତ୍ୟ ଉପରେ ଆଲୋଚନା କରି ଶିକ୍ଷା ଲାଭ କରିଚନ୍ତି । ଏହା ସହିତ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ମାନେ ଓଡ଼ିଆ ଭାଷା ରେ ବିଭିନ୍ନ ପ୍ରକାର ଗଳ୍ପ ଓ ବିଭିନ୍ନ ମହାପୁରୁଷଙ୍କ ଜୀବନୀ ଉପରେ ଲେଖି ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ତେବେ ଏହି ଭଳି କାର୍ଯ୍ୟକ୍ରମକୁ ଛାତ୍ର ଛାତ୍ରୀ ,ଅଭିଭାବକ ଏବଂ ଶିକ୍ଷକ ମାନେ ସ୍ଵାଗତ କରିଛନ୍ତି ।