ଏ ସିଜିନ ଯାତ୍ରା କରିବେନି ପିୟୁଷ , ବିଶ୍ରାମ ନେବେ

ଯାତ୍ରାପାର୍ଟି ଓ ପିୟୁଷ ଙ୍କ ବିବାଦରେ ପଡ଼ିଲା ପୂର୍ଣ୍ଣ ଛେଦ । ଦୁଇ ପାର୍ଟି ମାଲିକଙ୍କଠୁ ନେଇଥିବା କୋଟିଏ ୧୫ ଲକ୍ଷ ଫେରାଇଲେ ପୀୟୂଷ । ଏହା ସହ ବର୍ଷକ ପାଇଁ ମଞ୍ଚକୁ ଅଲ୍‌ବିଦା କଲେ ଜଲିଉଡର ହାଇପେଡ୍ ଆର୍ଟିଷ୍ଟ ପୀୟୂଷ ।ଭୁବନେଶ୍ୱର ରୁଦ୍ଧଦ୍ବାର ବୈଠକରେ ହେଲା ବିବାଦର ସମାଧାନ । ନିରାଶ ହେଲେ ପୀୟୂଷଙ୍କ ଫ୍ୟାନ୍ ।

କିଛି ଦିନ ପୂର୍ବେ ଗଣମାଧ୍ୟମରେ ମୁହଁ ଖୋଲି ଯାତ୍ରା ସିଂହବାହିନୀ ମାଲିକଙ୍କ ସହ ବିବାଦ ସମାଧାନ ହୋଇଥିବା ଏବଂ ସେ ଆସନ୍ତାବର୍ଷ ସିଂହବାହିନୀ ପାର୍ଟିରେ ଯୋଗଦେବା କଥା କହିଥିଲେ । ଅନ୍ୟପଟେ ସିଂହବାହିନୀ ପାର୍ଟିର ମାଲିକ ବି ବିବାଦର ଅନ୍ତ ଘଟିଥିବା କଥା କହିଥିଲେ। ତାଙ୍କ ସହ ଚୁକ୍ତି, ମନୋମାଳିନ୍ୟ ଓ ବିବାଦର ଅନ୍ତ ପରେ ଏବେ ପୀୟୂଷଙ୍କ ତଣ୍ଟିରେ ଲାଗିଛି, ସେ ଏବେ କାମ କରୁଥିବା ଯାତ୍ରା ସୂର୍ଯ୍ୟମନ୍ଦିର କଣ୍ଟା ।

Leave a Reply

Your email address will not be published. Required fields are marked *