ଏହ୫ଟି ଘରୋଇ ଉପଚାର ଆପଣ ଓଠର ସମସ୍ୟାରୁ ମୁକ୍ତି, ଆସନ୍ତୁ ଜାଣିବା ଏହି ସହଜ ଉପାୟ କ’ଣ |

ସ୍ୱାସ୍ଥ୍ୟ03/12/2023; ଶୀତ ଋତୁ ଆସିଲେ ଓଠ ଫାଟିବା ଆରମ୍ଭ ହୁଏ। ଧୀରେ ଧୀରେ ଯନ୍ତ୍ରଣା ହେବା ଏବଂ ରକ୍ତସ୍ରାବ ମଧ୍ୟ ଦେଖାଯିବା ଆରମ୍ଭ କରେ। ଏହି ୫ଟି ଘରୋଇ ଉପଚାର ଆପଣ ଓଠର ସମସ୍ୟାରୁ ମୁକ୍ତି। ଆସନ୍ତୁ ଜାଣିବା ଏହି ସହଜ ଉପାୟ କ’ଣ ଆସନ୍ତୁ ଜାଣିବା |
ନଡିଆ ତେଲ:
ପ୍ରତିଦିନ ଓଠରେ ୨ରୁ ୩ ଥର ନଡିଆ ତେଲ ଲଗାନ୍ତୁ। ରାତିରେ ଶୋଇବା ପୂର୍ବରୁ ନଡିଆ ତେଲ ଲଗେଇ ଶୁଅନ୍ତୁ। ଏହା କରିବା ଦ୍ୱାରା ଓଠ ଫାଟିବା ସମସ୍ୟା ଦୂର ହେବା ସହ ଚର୍ମ ମଧ୍ୟ ନରମ ହୋଇଯାଏ।
ବାଦାମ ତେଲ:
ଓଠଫଟା ସମସ୍ୟାରୁ ମୁକ୍ତି ପାଇବା ପାଇଁ ବାଦାମ ତେଲ ମଧ୍ୟ ଅତ୍ୟନ୍ତ ଲାଭଦାୟକ। ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଓଠରେ ବାଦାମ ତେଲ ଲଗାନ୍ତୁ ଏବଂ ଓଠକୁ ପାଞ୍ଚ ମିନିଟ୍ ପାଇଁ ଆଙ୍ଗୁଠିରେ ମାଲିସ୍ କରନ୍ତୁ। ଏହା ଦ୍ୱାରା ଓଠର ଚର୍ମ କୋମଳ ହୋଇଯିବ ଏବଂ ଓଠର ରଙ୍ଗ ମଧ୍ୟ ଗୋଲାପୀ ହୋଇଯିବ।
କ୍ରିମ୍:
ଓଠଫଟାରୁ ମୁକ୍ତି ପାଇବା ପାଇଁ କ୍ରିମ୍ ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ। କ୍ରିମକୁ ଓଠରେ ଲଗାଇ ୨ ମିନିଟ୍ ପାଇଁ ମସାଜ୍ କରିବାକୁ ପଡିବ। ଶୋଇବା ପୂର୍ବରୁ ନିୟମିତ ଭାବେ କ୍ରିମ୍ ଲଗାଇଲେ ଓଠର ଶୁଷ୍କତା ଦୂର ହୋଇଥାଏ। ଯଦି ଆପଣ ଏହି ପ୍ରକ୍ରିୟାକୁ ଏକ ସପ୍ତାହ ପର୍ଯ୍ୟନ୍ତ କରନ୍ତି, ତେବେ ଆପଣଙ୍କ ଓଠ ଗୋଲାପୀ ହୋଇଯିବ ଏବଂ ଆପଣ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ପାଇବେ।
ମହୁ:
ମହୁକୁ ଓଠଫଟା ପାଇଁ ମଧ୍ୟ ବ୍ୟବହାର କରାଯାଇପାରେ। ଓଠ ପାଇଁ ମହୁ ଏକ ବହୁତ ଭଲ ମଶ୍ଚରାଇଜର। ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ରହିଛି। ଏହା ଶୁଖିଲା ଏବଂ ଫାଟିଯାଇଥିବା ଓଠକୁ ଆରାମ ପ୍ରଦାନ କରିଥାଏ। ଏହା ଓଠରେ ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ହ୍ରାସ କରିଥାଏ। ଏହା ବ୍ୟତୀତ ଏଥିରେ ଥିବା ଭିଟାମିନ୍ ଏବଂ ମିନେରାଲ୍ସ ମଧ୍ୟ ଓଠର ସୌନ୍ଦର୍ଯ୍ୟକୁ ବଢାଇଥାଏ।
ହଳଦୀ:
ଯଦି ଆପଣଙ୍କର ଓଠ ଅଧିକ ଫାଟୁଥାଏ ଯେ ଏଥିରୁ ରକ୍ତସ୍ରାବ ଆରମ୍ଭ ହୁଏ, ତେବେ ଚାରି ଚାମଚ କ୍ଷୀରରେ ୨ ଚିମୁଟା ହଳଦୀ ମିଶାଇ ଓଠରେ ଲଗାନ୍ତୁ। ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏହା କରନ୍ତୁ। ଖୁବ୍ ଶୀଘ୍ର ଏହି ସମସ୍ୟାରୁ ଆରାମ ମିଳିବ।

Leave a Reply

Your email address will not be published. Required fields are marked *