ଏମ୍ଆର୍ଟ ସେଣ୍ଟର୍ ଫର୍ ଆର୍ଟସ୍ ଏଣ୍ଡ କଲଚର ଅଫ୍ ଇଣ୍ଡିଆର ସମ୍ବର୍ଦ୍ଧନା ସଭା

ଫୋକସ ପ୍ଲସ(ଗୁଣପୁର)୦୫/୦୯/୨୦୨୨: ଆଜି ଗୁଣପୁର ଭେଙ୍କେଟେଶ୍ଵର ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଏମ୍ଆର୍ଟ ସେଣ୍ଟର୍ ଫର୍ ଆର୍ଟସ୍ ଏଣ୍ଡ କଳଚର୍ ଅଫ୍ ଇଣ୍ଡିଆ, ଗୁଣୁପୁର କେନ୍ଦ୍ର ତରଫରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ରାୟଗଡା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର କୁନି କୁନି ନୃତ୍ୟ ଶିଳ୍ପୀଙ୍କୁ ନେଇ ଆୟୋଜିତ ଜାତୀୟ ସ୍ତରୀୟ ନୃତ୍ୟ କାର୍ଯ୍ୟକ୍ରମ ରେ ନୃତ୍ୟ ପରିବେଷଣ ପୂର୍ବକ ଗୌରବ ହାସଲ କରିଥିବା ଆମ ଅଞ୍ଚଳର କୁନି ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆୟୋଜିକା ତଥା ଅନୁଷ୍ଠାନର ମୁଖ୍ୟ ସୁଶ୍ରୀ ସସ୍ମିତା ପଣ୍ଡା ସମସ୍ତ ଅତିଥିଙ୍କୁ ନିମନ୍ତ୍ରଣ ପୂର୍ବକ ଆୟୋଜିତ ସଭା ଓ ଅନୁଷ୍ଠାନର ମୁଖ୍ୟ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ମୁଖ୍ୟ ଅତିଥି ରୂପେ ଶ୍ରୀ ଅକ୍ଷୟ ଦାସ, ନିମନ୍ତ୍ରିତ ଅତିଥି ରୂପେ ସଙ୍ଗୀତଜ୍ଞ ଶ୍ରୀ ଗୌରୀ ତ୍ରିପାଠୀ, ସୁନାମ ଧନ୍ୟା କଣ୍ଠ ଶିଳ୍ପୀ ଶ୍ରୀମତୀ ଶର୍ମିଳା ସାମନ୍ତରା ଓ କଣ୍ଠଶିଳ୍ପୀ ଶିବ ପ୍ରସାଦ ଦାସ ନୃତ୍ୟଶିଳ୍ପୀଙ୍କୁ ପ୍ରଶଂସା କରି ଉତ୍ସାହିତ କରିଥିଲେ। ଏହି ଅବସରରେ ଗତ ଅଗଷ୍ଟ 27ଓ28 ତାରିଖରେ ଭୁବନେଶ୍ଵରରେ ସମ୍ବର୍ଦ୍ଧିତ ୭ ଜଣ କୁନି କଳାକାର – ତପସ୍ୱିନୀ ମାଳି,ଆନସିକା ପଟ୍ଟନାୟକ,ତନମୟୀ ତ୍ରିପାଠୀ, ଉଦିତା ସେଠୀ,ସନାକ୍ଷୀ ବେହେରା,ତନମୟୀ ପଣ୍ଡା,ମଧୁଶ୍ରୀ ବେହେରାଙ୍କ ସମେତ 30 ଜଣ କୁନି କୁନି କଳାକାରଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ 200 ରୁ ଉର୍ଦ୍ଧ୍ବ ଅଭିଭାବକ ଯୋଗଦେଇଥିଲେ। ଶ୍ରୀ ପ୍ରଣବ ଚୌଧୁରୀ, ଗଣେଶ ମାଳି, ଇଦ୍ରାକ୍ଷି ଦାସ, ଶ୍ରୀମତୀ ରୋଜି କୋରା, ସନ୍ଧ୍ୟା ପ୍ରମୁଖ ଇପସ୍ଥିତ ରହିଥିଲେ। ଶ୍ରୀ ଗଣେଶ ମାଳି ମଞ୍ଚ ପରିଚାଳନା କରିଥିବା ସ୍ଥଳେ, ସୁଶ୍ରୀ ସ୍ମୃତି ପ୍ରଜ୍ଞା ଦାଶ ଓ ଶ୍ରୀୟା ସେନାପତି ଉପସ୍ଥାପନା କରିଥିଲେ। ଆଗାମୀ ଦିନରେ ଏହି ପ୍ରତିଷ୍ଠାନ ଏପରି ଅନେକ ଲୁକ୍କାୟିତ ପ୍ରତିଭାଙ୍କୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ଥରରେ ପରିଚିତ କରିବାର ପ୍ରତିଶ୍ରୁତି ବଦ୍ଧ ବୋଲି ପରିଶେଷରେ ସୁଶ୍ରୀ ସସ୍ମିତା ପଣ୍ଡା ମତପ୍ରକାଶ କରିଥିଲେ।ପରିଶେଷରେ ଶ୍ରୀ ସଞ୍ଜୀବ ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଗୁଣପୁର ରୁ ପ୍ରଭାତ ମିଶ୍ରଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *