ଏବେ ନନ୍ଦନକାନନରେ ରୋପୱେର ମଜା ନେଇପାରିବେ ପର୍ଯ୍ୟଟକ

ଭୁବନେଶ୍ବରରେ: ଏଥର ଦୀର୍ଘ ୧୨ବର୍ଷ ପରେ ଭୁବନେଶ୍ବରରେ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରୋପ ୱେ ମଜା ନେଇପାରିବେ ପର୍ଯ୍ୟଟକ। ଆଜିଠାରୁ ପର୍ଯ୍ୟଟକଙ୍କୁ ଏହି ସୁବିଧା ମିଳିବ। ସୂଚନା ଅନୁସାରେ, ନନ୍ଦନକାନନ ପ୍ରାଣୀ ଉଦ୍ୟାନର ରୋପ ୱେ ୧୯୯୪ ମସିହାରେ ଆରମ୍ଭ ହୋଇଥିଲା। କିନ୍ତୁ ବିଭିନ୍ନ ସମୟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏହା ସହ ୨୦୧୦ -୧୧ ରେ ୨ଥର ଦୁର୍ଘଟଣା ହେବାରୁ ରୋପ ୱେକୁ ସମ୍ପୂର୍ଣ ବନ୍ଦ କରି ଦିଆଯାଇଥିଲା।

ଯାହାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। କିନ୍ତୁ ଗତକାଲି, ଅତ୍ୟାଧୁନିକ ଜ୍ଞାନକୈାଶଳରେ ନିର୍ମିତ ହୋଇଥିବା ରୋପଓ୍ବେକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଲୋକାର୍ପିତ କରିଛନ୍ତି । ପର୍ଯ୍ୟଟକମାନଙ୍କ ପାଇଁ ପ୍ରାୟ ୧୩ କୋଟି ଟଙ୍କା ବ୍ୟୟରେ ଏହି ରୋପୱେ କରାଯାଉଛି । ପର୍ଯ୍ୟଟକମାନେ କାଞ୍ଜିଆ ହ୍ରଦ ସମେତ ରାଜ୍ୟ ଉଭିଦ ଉଦ୍ୟାନ ଓ ନନ୍ଦନକାନନର ସବୁଜ ମନୋରମ ଦୃଶ୍ୟକୁ ଉପଭୋଗ ମନଭରି ଉପଭୋଗ କରିପାରିବେ। ତେବେ, ରୋପଓ୍ବେ ଗୁଡିକରେ ସମୁଦାୟ ୧୨ଟି କ୍ୟାବିନ୍ ବ୍ୟବସ୍ଥା ରହିଥିବାବେଳେ ଗୋଟିଏ କ୍ୟାବିନରେ ୬ଜଣ ପର୍ଯ୍ୟଟକ ବସି ପାରିବେ। ୭୨ ଜଣ ପର୍ଯ୍ୟଟକ ଏକାଥରକେ ବୁଲୁବାର ମଜା ନେଇପାରିବେ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ପର୍ଯ୍ୟଟକ ମାନଙ୍କ ସୁବିଧା ପାଇଁ ରୋପୱେର ସ୍ୱତନ୍ତ୍ର ଟିକେଟ କାଉଣ୍ଟର ମଧ୍ୟ କରାଯାଇଛି । ସକାଳ ସମୟ ୮ଟା ରୁ ଅପରାରାହ୍ନ ୪ଟା ପର୍ଯ୍ୟନ୍ତ କାଉଣ୍ଟର ଖୋଲା ରହିବ ବୋଲି ଜଣାପଡିଛି।। ରୋପ ୱେ ର ଟିକେଟ ଦାମ୍ ୧୨୦ ଟଙ୍କା ରଖାଯାଇଛି । ୧୨ ବର୍ଷରୁ କମ୍ ପିଲାଙ୍କ ପାଇଁ ଶୁକ୍ଲ ଲାଗୁ ହେବ ନାହିଁ।

Leave a Reply

Your email address will not be published. Required fields are marked *