ଏବିସିଡି ପ୍ଲେ ସ୍କୁଲରେ ବାର୍ଷିକ ଉତ୍ସବ ପାଳିତ || FocusPlus

ଫୋକସ ପ୍ଲସ 24/12/2022(ବେଗୁନିଆପଡା): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ସ୍ଥିତ ଏବିସିଡି ପ୍ଲେ ସ୍କୁଲର ବାର୍ଷିକ ଉତ୍ସବ ଶୁକ୍ରବାର ବେଶ ଧୂମଧାମରେ ପାଳିତ ହୋଇ ଯାଇଛି | ବିଦ୍ୟାଳୟର ସଭାପତି ସିମାଞ୍ଚଳ ଶତପଥିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗ ଦେଇଥିଲେ | ସ୍ୱତନ୍ତ୍ର ଅତିଥି ଭାବେ ବେଗୁନିଆପଡା ବ୍ଲକ ଅଧ୍ୟକ୍ଷା ରେଣୁ ଗୌଡ଼, ଜିଲ୍ଲା ପରିଷଦ ସଦସ୍ୟା କଲ୍ୟାଣୀ ପାତ୍ର,ମଧୁମିତା ସାହୁ, କଞ୍ଚଣା ସରପଞ୍ଚ ଚିତ୍ରସେନ ଘୋଷ ଉପସ୍ଥିତ ଥିବା ବେଳେ ଆତ୍ମା ଅଧ୍ୟକ୍ଷ ବିଜୟ କୁମାର ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ସୁଧାକର ପ୍ରଧାନ,ବ୍ଲକ ବିଜେଡି ସଭାପତି ସିମାଞ୍ଚଳ ସାମଲ,ସରପଞ୍ଚ ମନୀଷା ପ୍ରଧାନ,ଆସିକା ସମବାୟ ନିର୍ଧେଶକ ହୃଷିକେଶ ମେହେଣା,ବସନ୍ତ ମଳିକ, ସମିତିସଭ୍ୟ ପ୍ରତିନିଧି ଏ. ସନ୍ତୋଷ କୁମାର ପାତ୍ର,ଯଟେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ରହି ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ | ଏହି ଟ୍ରଷ୍ଟର ସଭାପତି ଅଶୋକ କୁମାର ସେନାପତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ କୁନି କୁନି ଛାତ୍ରଛାତ୍ରୀ ଙ୍କ ନାଚ ଗୀତ ଦର୍ଶକଙ୍କ ମନ ମୋହିଥିଲା |

Leave a Reply

Your email address will not be published. Required fields are marked *