ଫୋକସ ପ୍ଳାସ 29/3/23(ବ୍ୟୁରୋ): ମଣିଷ ଏତେ ତଳକୁ ଖସିଯିବ ତାହା ଚିନ୍ତା କଲେ ମନକୁ ବହୁତ କଷ୍ଟ ଲାଗେ!ନିଜର ଶରୀର ର ଭୋକ ମେଣ୍ଟାଇବା ପାଇଁ ଜଣେ ଭିନ୍ନକ୍ଷମ ବାଳିକା କୁ ମଧ୍ୟ ଛାଡିଲା ନାହିଁ!ଭିନ୍ନକ୍ଷମ ନାଁ ଶୁଣିଲେ କିଛି ଲୋକଙ୍କ ମନରେ ଦୟା ଆସିଥାଏ!କିନ୍ତୁ ଏଠାରେ ତାହାର ଓଲଟା!ଘରେ ନିଜ ସାନ ଭଉଣୀ ସାଙ୍ଗରେ ଥିବା ବେଳେ ଜଣେ 48ବର୍ଷୀୟ ଯୁବକ ସେହି ଭିନ୍ନକ୍ଷମ ବାଳିକା ର ବଳାତ୍କାର କରି ଫେରାର ହୋଇଯାଇଥିଲା!ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନା କୁ ଆସିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ର ଦାସପୁର ଡି ଏନ କେ ଟୋଲା ଗ୍ରାମରେ!ଉକ୍ତ ଗ୍ରାମର ବିପୁଲ ମଣ୍ଡଳ (40)ନିଜ ସ୍ତ୍ରୀ ଓ ସାନ ପୁଅ ସହ ସକାଳ ପ୍ରାୟ 10ଘଂଟିକା ସମୟ ରେ ପାୱାରବେଲ ଗ୍ରାମକୁ ଶଳା ଘରେ ଯାଇଥିଲେ!ଘରେ ତାଙ୍କ ଦୁଇ ଝିଅ ରହିଥିଲେ!ସେମାନଙ୍କ ମଧ୍ୟରୁ ଜଣେ 14ବର୍ଷୀୟ ଭିନ୍ନକ୍ଷମ ଝିଅ ଦୁହେଁ ଏକୁଟିଆ ଘରେ ଥିବା ସମୟରେ ଦିନ ପ୍ରାୟ 2ଘଣ୍ଟା ସମୟରେ ସେହି ଗ୍ରାମର ସଚିନ ହାଲଦାର (48)ଘରେ ପଶି ସାନ ଝିଅକୁ ଗାଳି ଗୁଲଜ କରିବା ସହ ତାକୁ ଏକ ପଥର ରେ ମାରିବା ସହ ତାକୁ ଜୀବନ ରେ ମାରିଦେବି ବୋଲି କହିଥିଲା!ଏହା ପରେ ସେ ଘରେ ପଶି ତା ବଡ଼ ଭଉଣୀ ଭିନ୍ନକ୍ଷମ ର ଫାଇଦା ଉଠାଇ ତା ସହ ଟଣା ଓଟରା କରୁଥିଲା ଏବଂ ତା ସହ ବଳାତ୍କାର କରୁଥିଲା!ଏହା ଦେଖି ସାନ ଝିଅ ସୁପର୍ଣ୍ଣା ମଣ୍ଡଳ ଗ୍ରାମ ଭିତରେ ଯାଇ କିଛି ମହିଳା ମାନଙ୍କୁ ଡାକି ଆଣିଥିଲା ଏବଂ ମହିଳା ମାନେ ଘରେ ପଶି ଦେଖି ସଚିନ ହାଲଦାର ସେଠାରୁ ଦୌଡ଼ି ପଳାଇଥିଲା!ପରେ ଗ୍ରାମବାସୀ ବିପୁଲ ମଣ୍ଡଳ ଙ୍କୁ ଫୋନ କରି ଗ୍ରାମ କୁ ଡକାଇଥିଲେ ଏବଂ ବିପୁଲ ମଣ୍ଡଳ ଏକ ଲିଖିତ ଅଭିଯୋଗ ରାଇଘର ଥାନାରେ ଦେଇଥିବା ସୂଚନା ମିଳିଛି!
ଏକୁଟିଆ ର ସୁଯୋଗ ନେଇ ବଳାତ୍କାର !
