ଉର୍ଫି ଜାଭେଦଙ୍କୁ ହତ୍ୟା ଧମକ

ଫୋକସ ପ୍ଲସ 17/4/23(ବ୍ୟୁରୋ):ସବୁବେଳେ ନିଜ ପୋଷାକକୁ ନେଇ ଚର୍ଚ୍ଚାର ରହିଥିବା ବିଗ୍‌ବସ୍‌ ଫେମ୍‌ ତଥା ମଡେଲ୍‌ ଉର୍ଫି ଜାଭେଦ। ଅନେକ ଲୋକ ଉର୍ଫିଙ୍କୁ କ୍ରିଏଟିଭ୍ ବା ସୃଜନଶୀଳ ବୋଲି କହି ପ୍ରଶଂସା କରୁଥିବା ବେଳେ ଅନେକ ଲୋକ ତାଙ୍କର ସମାଲୋଚନା ବି କରନ୍ତି। ଏପରିକି ଉର୍ଫି ନିଜ ପୋଷାକ ମାଧ୍ୟମରେ ସମାଜକୁ ଖରାପ ବାର୍ତ୍ତା ଦେଉଛନ୍ତି ବୋଲି ବି ଅଧିକାଂଶ ସମୟରେ ଅଭିଯୋଗ ହୋଇଥାଏ । ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫିଙ୍କୁ ଏବେ ହତ୍ୟା ମିଳିଛି ଧମକ ।

ତେବେ ଆସନ୍ତୁ ଜାଣିବା କଣ ରହିଛି ଏ ଧମକ ପଛର କାହାଣୀ :

ନିର୍ଦ୍ଦେଶକ ନୀରଜ ପାଣ୍ଡେଙ୍କ ଅଫିସରୁ ତାଙ୍କୁ ହତ୍ୟା ଧମକ ମିଳିଛି ବୋଲି ଦାବି କରିଛନ୍ତି ଉର୍ଫି। ସେ କହିଛନ୍ତି ଯେ, ମୋତେ ନୀରଜ ପାଣ୍ଡେଙ୍କ ଅଫିସରୁ କଲ୍ ଆସିଥିଲା ବୋଲି । କଲ୍ କରିଥିବା ବ୍ୟକ୍ତି ଗୋଟିଏ ପ୍ରୋଜେକ୍ଟ ବିଷୟରେ କଥା ହେବା ପାଇଁ ତାଙ୍କ ଅଫିସକୁ ଡାକିଥିଲେ। ହେଲେ ମୁଁ କଲ୍ କରିଥିବା ବ୍ୟକ୍ତିଙ୍କୁ ପ୍ରୋଜେକ୍ଟ ବିଷୟରେ ସବିଶେଷ ତଥ୍ୟ ଦେବାକୁ କହିଥିଲି। ଏହା ଶୁଣି ସେ ରାଗିଯିବା ସହ ମୋତେ ଧମକ ଦେଇଥିଲେ ବୋଲି ଜଣା ପଡିଛି । ସେ କହିଥିଲେ, ତୁମେ ନୀରଜ ପାଣ୍ଡେଙ୍କୁ ଅପମାନିତ କରିବାକୁ କିପରି ସାହସ କରୁଛ? ମୁଁ ତୁମ ଗାଡି ନମ୍ବର ଜାଣିଛି। ତୁମ ବିଷୟରେ ସବୁ କିଛି ଜାଣିଛି। ତୁମକୁ ମାଡ଼ ମାରି ମାରି ହତ୍ୟା କରାଯିବା ଉଚିତ୍। ମୁଁ ସବିଶେଷ ତଥ୍ୟ ଦେବାକୁ କହିଲି ବୋଲି ସେ ମୋତେ ଏଭଳି ଧମକ ଦେଇଛନ୍ତି ବୋଲି ଉର୍ଫି ଜାଭେଦ I

Leave a Reply

Your email address will not be published. Required fields are marked *