ଉପାନ୍ତ ଅଞ୍ଚଳରେ ଖୋଲିଲା, ପିଡ଼ିଏସ ଗୋଦାମ, ନାଚିଗାଇ ଖୁସି ମନାଇଲେ ଗ୍ରାମବାସୀ ।

କୋକସରା,କଳାହାଣ୍ଡି14/01/2024ଲ: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ର ଜଙ୍ଗଲ ପରିବେଷ୍ଟିତ ଉପାନ୍ତ ଗ୍ରାମ ଧୋବେନଚଞ୍ଚରା ର ପିଡ଼ିଏସ ହିତାଧିକାରୀ ଙ୍କୁ ପିଡ଼ିଏସ ସାମଗ୍ରୀ ପାଇଁ ଦିର୍ଘ ୬କିମି ପଞ୍ଚାୟତ କୁ ଯିବାକୁ ପଡୁଥିଲା, ପଞ୍ଚାୟତ ର ସରପଞ୍ଚ ହରିପ୍ରିୟା ନାଗ ଏହି ଗାଁରେ ଗୋଦାମ ଗୃହ ନିର୍ମାଣ ପାଇଁ ପ୍ରଶାସନକୁ ବାରମ୍ବାର ଅନୁରୋଧ କରିଥିଲେ। ଫଳ ସ୍ୱରୂପ ରବିବାର ପିଡ଼ିଏସ ଗୋଦାମ ନିର୍ମାଣ ହୋଇ ଉଦଘାଟିତ ହୋଇଯାଇଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଗ୍ରାମ ର ଶତାଧିକ ମହିଳା ଓ ଗ୍ରାମବାସୀ ମାନେ ଅତିଥି ଙ୍କୁ ଜୋରଦାର ସ୍ୱାଗତ ସମ୍ବର୍ଦ୍ଧନା ଦେଇ ନାଚିଗାଇ ପାଛୋଟି ଆଣିଥିଲେ। ସ୍ଥାନୀୟ ସରପଞ୍ଚ ହରିପ୍ରିୟା ନାଗ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ,ମୁଖ୍ୟ ବକ୍ତା ଭାବେ ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ,ଜିଲ୍ଲା ପରିଷଦ ସଦସ୍ୟ ଶଙ୍କର ଜୁଏଡ଼, ନାଏକ ସରପଞ୍ଚ ଖଗେଶ୍ବର ବାଣୁଆ ଓ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ରହି ଗୋଦାମ ଗୃହ ଉଦଘାଟନ କରିଛନ୍ତି। ତେବେ ପିଡିଏସ ଗୋଦାମ ପାଇବାରୁ ଗ୍ରାମବାସୀ ମାନେ ମଧ୍ୟ ସ୍ଥାନୀୟ ସରପଞ୍ଚ ହରିପ୍ରୀୟ ନାଗକୁ ମଧ୍ୟ ସାଧୁବାଦ୍ ଜ୍ଞାପନ କରିଛନ୍ତି।

Leave a Reply

Your email address will not be published. Required fields are marked *