ଫୋକସ ପ୍ଲସ(କନ୍ଧମାଳର)୨/୦୯/୨୦୨୨: ସୂଚନା ଅନୁସାରେ ଆଜି ସନ୍ଧ୍ୟା ୭ଟା ସମୟରେ ଫୁଲବାଣୀ ସହର ନିକଟସ୍ଥ ଡାକପାଲା ଗ୍ରାମର ଅଶୋକ ବେହେରା ଙ୍କ ଘରେ ଏକ ଅଜଗର ସାପ ପଶିଯାଇଥିଲା। ଖବର ପାଇ ସେଠାକାର ଅଞ୍ଚଳବାସୀ, ଅଶୋକ କୁମାର ବେହେରା,ସମିର ଘଟାଲ, ଅନନ୍ତ ବେହେରା ଏବଂ କମଳା ବେହେରା ସେହି ସାପଟିକୁ କାବୁ କରି ଟିମ୍ ହ୍ୟୁମାନିଟି ସ୍ନେକ ହେଲ୍ପଲାଇନ କୁ ଯୋଗାଯୋଗ କରିଥିଲେ। ଖବର ପାଇ ଟିମ୍ ର ସଦସ୍ୟ ଭି. ଜଗନ୍ନାଥ ରାଜୁ, ସାଇରାମ ପାତ୍ର, ପ୍ରଫୁଲ୍ଲ କୁମାର ପୃଷ୍ଟି, ଅନୁପ ବିକ୍ରମ ପାତ୍ର,ଏସ କେ ଅବଦୁଲ ସାକୀର,ରବୀନ୍ଦ୍ର ମହାରଣା,ଅସିତ ମେକପ, ରମେଶ ଚନ୍ଦ୍ର ମହାନ୍ତି,ରିତେଶ ସାହୁ, ଉକ୍ତ ସ୍ଥାନରେ ପହଞ୍ଚିଥିଲେ। ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପରେ ଏ ନେଇ ଫୁଲବାଣୀ ବନ ବିଭାଗ କୁ ଖବର ଦେଇଥିଲେ ବନ ବିଭାଗର ପରାମର୍ଶ କର୍ମେ ଟିମ ହ୍ୟୁମାନିଟି ର ସଦସ୍ୟ ମାନେ ସୁରକ୍ଷିତ ଭାବେ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇ ଆସିଥିଲେ |
କନ୍ଧମାଳର ଫୁଲବାଣୀ ରୁ କ୍ଷତିଶ୍ ମିଲିକ ଙ୍କ ରିପୋର୍ଟ ଫୋକସ ପ୍ଲସ |