ଉଦ୍‌ଘାଟିତ ହେଲା ଟସର ତାଲିମ କେନ୍ଦ୍ର

ଫୋକସ ପ୍ଲସ(କାଲିମେଳା)୧୦/୦୯/୨୦୨୨: କାଲିମେଳା ବ୍ଲକ୍ ଅନ୍ତର୍ଗତ ଏମଭି -୯୦ ଗ୍ରାମରେ ଥିବା ଦକ୍ଷତା ବିକାଶ କେନ୍ଦ୍ରରେ ଟସର ତାଲିମ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଏହାକୁ ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ଉଦ୍‌ଘାଟନ କରିଥିଲେ । ଏହି ତାଲିମ କେନ୍ଦ୍ରରେ ମୋଟ ୩୦ଟି ମେସିନ ଦ୍ବାରା ଟସର କୋଷାରୁ କିପରି ରେଶମ ସୂତା ପ୍ରସ୍ତୁତ କରାଯାଇପାରିବ ସେ ଉପରେ ତାଲିମ ପ୍ରଦାନ କରାଯିବ । ତେବେ ଗତ ୦୨ ତାରିଖ ଠାରୁ ତାଲିମ ପ୍ରଦାନ ଆରମ୍ଭ ହୋଇଥିବା ବେଳେ ଏହା ଏକ ମାସ ପର୍ଯ୍ୟନ୍ତ ଚାଲିବ ଛତିଶଗଡ଼ ରାଜ୍ୟର ବିଳାସପୁର ଅଞ୍ଚଳର ଅସ୍ତିତ୍ବ ମହିଳା ସମିତି ତରଫରୁ ଏହି ଟସର ତାଲିମ ପ୍ରଦାନ କରାଯାଉଛି । ଏଥିପାଇଁ ଏହି ସମିତିର ମୁଖ୍ୟ ପୂଜା ବର୍ମାଙ୍କ ସହିତ ମ୍ୟାନେଜର ସଂଜୀବ କୁମାର,ଟ୍ରେନିଂ ସୁପରଭାଇଜର ରାଜ କୁମାର,ଟେକ୍ନିସିଆନ ରାହୁଲ,ମାଷ୍ଟର ଟ୍ରେନର ଅମର ଭାଇ,ଭାରତୀ ସାରଥୀ, ଗାୟତ୍ରୀ କାଶ୍ୟପ ଓ ଖୁସପ୍ରୀତି କାଶ୍ୟପ ପ୍ରମୁଖ ତାଲିମ ପ୍ରଦାନ କରୁଥିବାର ଜଣାପଡ଼ିଛି । ଛତିଶଗଡ଼ରୁ ଏହି ଟସର କୋଷା ଅଣାଯାଇ କୋଷା ଗୁଡ଼ିକୁ ଗରମ ପାଣିରେ ଗରମ କରାଯିବା ପରେ ସେଥିରୁ ଟସର ସୂତା ବା ରେଶମ ସୂତା ବାହାରିଥାଏ । ସେହି କୋଷାରୁ ମେସିନ ସାହାଯ୍ୟରେ ଏସ ରେଶମ ବାହାର କରି ତାର ସୂତାକୁ ସଂରକ୍ଷିତ କରି ରଖାଯାଏ । ଏହି ସୂତାକୁ ବିଭିନ୍ନ କପଡ଼ା ଓ ଶାଢ଼ୀ ତିଆରି କରିବାରେ ବ୍ୟବହାର କରା ଯାଇ ଥାଏ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଡିଓ ଉମାଶଂକର ଦଳାଇ,କାଲିମେଳା ସରପଞ୍ଚ ପୃଥୀରାଜ ମାଝୀ,ଓଡ଼ିଶା ଜୀବିକା ମିଶନର ବ୍ଲକ୍ ସଂଯୋଜକ ରତନ ଗୋଲଦାର ପ୍ରମୁଖ ଯୋଗ ଦେଇଥିଲେ । କାଲିମେଳା ବ୍ଲକର ବିଭିନ୍ନ ଗ୍ରାମରୁ ୩୦ ଜଣ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ଏକ ମାସ ପର୍ଯ୍ୟନ୍ତ ଏହି ତାଲିମ ପ୍ରଦାନ କରାଯିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *