ଉଦଘାଟିତ ହେଲା ୧୬ତମ ଗଣେଶ ମହୋତ୍ସବ

ଫୋକସ ପ୍ଲସ(ଜଗତପୁର)୧/୦୯/୨୦୨୨: ଦୀର୍ଘ ୨ବର୍ଷର କରୋନା କଟକଣା ପରେ ଉତ୍ସବ ମୁଖର ହୋଇପଡିଛି ସମଗ୍ର ଜଗତପୁର ଅଞ୍ଚଳ। ଏହି ଅବସରରେତରୋଳ ପୂଜା କମିଟି ପକ୍ଷରୁ ୧୬ତମ ଗଣେଶ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଏହି ଉତ୍ସବକୁ ଓଡିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ବୀର କିଶୋର ମିଶ୍ରଙ୍କ ଦ୍ବାରା ଉଦଘାଟନ କରାଯାଇଥିଲା। ତରୋଳ ଗ୍ରାମ ଅଧିକାରୀ ନିରଞ୍ଜନ ବିଶ୍ଵାଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଚୌଦ୍ଵାର-କଟକ ପୂର୍ବତନ ବିଧାୟକ ଡ ପ୍ରଭାତ ରଞ୍ଜନ ବିଶ୍ଵାଳ,ମୁଖ୍ୟବକ୍ତା ଭାବେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି,ସମ୍ମାନନୀୟ ଅତିଥିଭାବେ ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ,ବରିଷ୍ଠ ଆଇନଜୀବି ମନୋଜ କୁମାର ମିଶ୍ର,ଶିଳ୍ପୋଦ୍ୟୋଗୀ ସୁନିଲ ମୁରାରକ୍କା ଓ ଆୟୁର୍ବେଦିକ ଚିକିତ୍ସକ ଡାକ୍ତର ଦୁର୍ଗା ଚରଣ ଦାସ ପ୍ରମୁଖ ଏହି ମହୋତ୍ସବରେ ଯୋଗଦେଇ ସମଗ୍ର ଜଗତପୁର ଅଞ୍ଚଳରେ ଭାଇଚାରା ସମ୍ପର୍କକୁ ବଜାୟ ରଖିବା ସହ ଆୟୋଜକ କମିଟିର ସାଜସଜ୍ଜାକୁ ଦେଖି ମିନି ବାଲିଯାତ୍ରା ଭାବେ ତୁଳନା କରିଥିଲେ। ସମସ୍ତ ଅତିଥି ମଣ୍ଡଳୀ ମହୋତ୍ସବ ମଣ୍ଡପକୁ ଆସିବା ପୂର୍ବରୁ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ପୂଜା ମଣ୍ଡପ ବୁଲି ଦେଖିଥିଲେ। ଏହି ମହୋତ୍ସବରେ ଓଡିଶୀ ଓ ସମ୍ବଲପୁରୀ ଲୋକନୃତ୍ୟ ପ୍ରତି ଦର୍ଶକ ବେଶ୍ ଆକର୍ଷିତ ହୋଇଥିଲେ। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭାବାନ ବ୍ୟକ୍ତିଙ୍କୁ ପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କମିଟି ସାଧାରଣ ସମ୍ପାଦକ ଦୀପେଶ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ସାଂସ୍କୃତିକ ସମ୍ପାଦକ ଅଶୋକ ମିଶ୍ରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରାଯାଇଛି। କମିଟିର ସମସ୍ତ କର୍ମକର୍ତ୍ତା ମହୋତ୍ସବ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଶେଷରେ ମାଧବାନନ୍ଦ ବିଶ୍ଵାଳ ଧନ୍ୟବାଦ୍ ଅର୍ପଣ କରିଥିଲେ।

ଜଗତପୁର ରୁ ପୂର୍ଣ୍ଣଚନ୍ଦ୍ର ସ୍ବାଇଁଙ୍କ ରିପୋର୍ଟ ଫୋକସ୍ ପ୍ଲସ |

Leave a Reply

Your email address will not be published. Required fields are marked *