ଫୋକସ ପ୍ଲସ(ବ୍ୟୁରୋ): ଇଣ୍ଡିଆନ ରୋଡ କଂଗ୍ରେସର ୮୧ ତମ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଉଦବୋଧନ ଦେବାବେଳେ ସଡ଼କ ମନ୍ତ୍ରୀ ନୀତିନ ଗଡ଼କରୀ ବଡ଼ ଘୋଷଣା କରିଥିବାର ଦେଖିବାକୁ ମିଳିଛି । ତେବେ ୨୦୨୪ ମସିହା ପୂର୍ବରୁ ଉତ୍ତର ପ୍ରଦେଶର ବାଟଘାଟ ସବୁ ଆମେରିବାର ବାଟଘାଟଠାରୁ ଉନ୍ନତ କରାଯିବ । ଏଥି ନିମନ୍ତେ ଆଗକୁ ମୋଦୀ ସରକାର ୫ ଲକ୍ଷ କୋଟି ଟଙ୍କା ଅନୁମୋଦନ କରିବେ । ଆଜି ଆଠ ହଜାର କୋଟି ଟଙ୍କାର ପ୍ରକଳ୍ପ ପ୍ରଦାନ କରାଗଲା ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।
