ଉଠା ଜଳସେଚନ ବିଭାଗ ରେ ମହା ଦୁର୍ନୀତି

ଫୋକସ ପ୍ଲସ (ଦଶମନ୍ତପୁର)୩୦/୦୬/୨୦୨୨: ଅନା ଆବଶ୍ୟକ ସ୍ଥାନରେ କୋଟି କୋଟି ଟଙ୍କା ବ୍ୟୟ କରି ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ କରୁଛି ବିଭାଗୀୟ ଅଧିକାରୀ । କିନ୍ତୁ ପ୍ରକୃତରେ ଚାଷ କାମ କରି ପରିବାର ର ପ୍ରତିପୋଷଣ କରିଆସୁଥିବା ଚାଷୀ ମାନଙ୍କ ଜମି ରେ ଜଳ ସେଚନ ପ୍ରକଳ୍ପ ନିର୍ମାଣ ହେଉନାହିଁ । ଚାଷୀ ମାନେ ଭାର ବୁହା ପାଣିରେ ବର୍ଷ ବର୍ଷ ଧରି ପନିପରିବା ଚାଷ କରି ଜୀବିକା ନିର୍ବାହ କରୁଛନ୍ତି। ଏଭଳି ଅଭିଯୋଗ କରିଛନ୍ତି କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ନନ୍ଦି ଗାଁ ପଞ୍ଚାୟତ ସଦର ମହକୁମା ଠାରେ। ଏହି ଗ୍ରାମ ରେ ‌ ବିଭିନ୍ନ ସମ୍ପ୍ରଦାୟର ୭୪ ପରିବାର ଲୋକେ ବସବାସ କରନ୍ତି। ସେମାନଙ୍କ ମୁଖ୍ୟ ଜୀବିକା ହେଲା ଚାଷ। ବର୍ଷ ତମାମ ବିଭିନ୍ନ କିସମର ପନିପରିବା ଚାଷ କରି ପରିବାର ର ଗୁଜୁରାଣ ମେଣ୍ଟାଇ ଆସୁଥିବା ଗାଁ ର ପଦ୍ମନ ଗୈାଡ ,ସଦନ ଗାଦାବା, ରବି ଗାଦାବା, କୁମଲୋଚନ ମାଳି, ମଙ୍ଗଳା ପରଜା ପ୍ରମୁଖ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ ସରକାର ଚାଷୀମାନଙ୍କ ଉନ୍ନତି ପାଇଁ ଅନେକ ଯୋଜନା କରିଛନ୍ତି ସତ। କିନ୍ତୁ ବାସ୍ତବ ଚିତ୍ର ଅଲଗା ରହିଛି। ଅଣ ଜଳସେଚିନ ଜମି ଉପରେ ଜଳ ସେଚନ ପ୍ରକଳ୍ପ ନିର୍ମାଣ କରି ଚାଷୀ ମାନଙ୍କୁ ଜମି ରେ ଜଳ ଯୋଗାଇ ଦେବାକୁ ସରକାର ଉଠାଜଳସେଚନ ବିଭାଗ କୁ ଦାୟିତ୍ଵ ଦେଇଛନ୍ତି। ଏଥିପାଇଁ ପ୍ରକଳ୍ପ ନାମରେ କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି। ହେଲେ ବ୍ଲକ ଓ ଜିଲ୍ଲା ପ୍ରଶାସନ ର ଆନ୍ତରିକତା ଅଭାବ ଯୋଗୁଁ ଚାଷୀ ମାନେ ସମସ୍ୟା ଭୋଗୁଛନ୍ତି । ଯେଉଁ ଠାରେ ନୀଳଗିରି ଗଛ ଗୁଡ଼ିକ ଲଗାଯାଇଛି ତ ଆଉ କେଉଁଠି ଜମି ପଡ଼ିଆ ପଡ଼ିଛି। ଏଭଳି ସ୍ଥାନ ମାନଙ୍କରେ ଚାଷୀ ର ଅଜ୍ଞାତ ରେ କୋଟି କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ ହେଉଛି। ହେଲେ ଚାଷ ପାଇଁ ଜମି କୁ ଜଳ ଖଜୁ ଥିବା ଚାଷୀ ମାନଙ୍କୁ ମିଳୁନାହିଁ। ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଦାବି କରି ଆସୁଛୁ କିନ୍ତୁ କୈାଣସି ସୁଫଳ ମିଳୁନାହିଁ ବୋଲି କହିଛନ୍ତି କି ଆମ କଥା ରେ କର୍ଣ୍ଣପାତ କରୁନାହାନ୍ତି। ଆମେ ନାଳ ପାଣି ସଂଗ୍ରହ କରି ବହୁ କଷ୍ଟରେ ଏହି ଡ୍ରମ ମାନଙ୍କରେ ରଖି ଚାଷ କାର୍ଯ୍ୟ କରୁଛୁ ବୋଲି କହିଛନ୍ତି ଚାଷୀ । ଭାର ବୁହା ପାଣିରେ ଫୁଲ କବି ଠାରୁ ଆରମ୍ଭ କରି ବାଇଗଣ, ଆଳୁ, ବିନୀସ ଟମାଟୋ , ପିଆଜ ରସୁଣ ଭଳି ବିଭିନ୍ନ ପ୍ରକାର ପରିବା ଚାଷ କରୁଛୁ। ଏହା ଉତ୍ପାଦନ ପରେ କୋରାପୁଟ ଓ ନନ୍ଦି ଗାଁ ସାପ୍ତାହିକ ହାଟରେ ବିକ୍ରି କରୁଛୁ। ଖାଇ ପିଇ ପ୍ରତି ବର୍ଷ ୧୦ ରୁ ୧୫ ହଜାର ଟଙ୍କା ରୋଜଗାର ହେଉଛି। ଯଦି ପ୍ରଶାସନ ଆମ ପ୍ରତି ଦୟା କରି ଉଠାଜଳସେଚନ ପ୍ରକଳ୍ପ ସୁବିଧା କଲେ ଆମେ ପ୍ରତି ବର୍ଷ ଲକ୍ଷେ ଟଙ୍କା ଲେଖାଏଁ ରୋଜଗାର କରି ଥାନ୍ତୁ ବୋଲି ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ଦଶମନ୍ତପୁର ବ୍ଲକ ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଉଠାଜଳସେଚନ ପ୍ରକଳ୍ପ କରାଯାଉଛି। ହେଲେ କୈାଣସି ପ୍ରକଳ୍ପ ର ସ୍ଥିତି ଠିକ୍ ନାହିଁ। ତେବେ ଏହି ବିଭାଗ କୁ ନିରପେକ୍ଷ ଭିଜିଲାନ୍ସ ତଦନ୍ତ ହେବା ଦରକାର ବୋଲି ଅଞ୍ଚଳ ବାସୀ ଦାବି କରିଛନ୍ତି। ଏହି ବ୍ଲକ ରେ ନିର୍ମାଣ କରୁଥିବା କୈାଣସି ପ୍ରକଳ୍ପ ଚାଷୀ କାର୍ଯ୍ୟ ରେ ଆସୁନାହିଁ ବୋଲି ଅଞ୍ଚଳ ବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଏହା ର ଉଦାହରଣ ହେଉଛି ବ୍ଲକ ର ଲୁଲା, ଦଶମନ୍ତପୁର, ବାଘ ଛେମା, ବଦଳି କୁଡୁମା, ଗିର୍ଲିଗୁମା, ଡୁମ୍ବାଗୁଡା ଭଳି କେତେକ ଗାଁ ର ପ୍ରକଳ୍ପ। କେବଳ ଏତିକି ନୁହେଁ ୧୬ ଟି ପଞ୍ଚାୟତ ର ଗୋଟିଏ ହେଲେ ପ୍ରକଳ୍ପ ଚାଷୀ କାମରେ ଆସୁନି ବୋଲି ଅଞ୍ଚଳ ବାସୀ କହିଛନ୍ତି । ଜଳସେଚନ ପ୍ରକଳ୍ପ ର ସ୍ଥିତି ଠିକ୍ ନଥିବା ଯୋଗୁଁ ଚାଷୀ ମାନେ ଅସୁବିଧାରେ ପଡୁଛନ୍ତି। ଅନ୍ୟ ପକ୍ଷରେ ବର୍ଷ ଧରି ଆନ୍ଧ୍ରପ୍ରଦେଶ ର ପନିପରିବା ଉପରେ ନିର୍ଭର କରିବାକୁ ପଡୁଛି। ୨୦ ଟଙ୍କା ର ପରିବା କୁ ୭୦/୮୦ ଟଙ୍କା ଦର ଦେଇ ଖାଇବାକୁ ପଡୁଛି। ସରକାର ଲୋକଙ୍କ ସୁବିଧା ପାଇଁ ଯୋଜନା କରୁଛି ସତ ହେଲେ ପ୍ରଶାସନ ର ଆନ୍ତରିକତା ଅଭାବ ଯୋଗୁଁ ସବୁ ପ୍ରକାର ଯୋଜନା ଫେଲ୍ ମାରୁଛି। ଏହି ଉଠାଜଳସେଚନ ପ୍ରକଳ୍ପ ଦଶମନ୍ତପୁର ବ୍ଲକ ରେ ପ୍ରହସନ ପାଲଟି ଯାଇଛି। ଗୋଟିଏ ସ୍ଥାନରେ ପ୍ରକଳ୍ପ ନିର୍ମାଣ କରି ପୁଣି ସେଥିରେ ଲଗା ଯାଇଥିବା ମଟର କୁ କାଢି ଅନ୍ୟ ଏକ ପ୍ରକଳ୍ପ ରେ ଫିଟିଙ୍ଗ କରାଯାଉଛି। ଏବଂ ନୂତନ ପ୍ରକଳ୍ପ ର ବିଲ୍ ଟଙ୍କା ଉଠାଇ ଠିକାଦାର ସହ ଆତ୍ମସାତ କରୁଥିବା ଅଞ୍ଚଳ ବାସୀ ସୂଚନା ଦେଇଛନ୍ତି। ଏସମ୍ପର୍କରେ ବିଭାଗୀୟ ସହ କାରୀ ଯନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ପାତ୍ର ଙ୍କୁ ଯୋଗାଯୋଗ କରିଥିଲୁ।ସେ ବିଭିନ୍ନ ଆଳ ଦେଖାଇ ମୁ କ’ଣ କରିବି ଚାଷୀ କୁ ପଚାର ଆମେ କାମ ଯୋଗାଉଛୁ ବୋଲି ସଫେଇ ଦେଇଥିଲେ।

Leave a Reply

Your email address will not be published. Required fields are marked *