“ଉଇ କେୟାର-ଉଇ ଡେୟାର” କୁ ସାର୍ଥକ କଲେ ମାଷ୍ଟର କ୍ୟାଣ୍ଟିନ ଫାଣ୍ଡି ଅଧିକାରୀ

ଫୋକସ ପ୍ଲସ (ଭୁବନେଶ୍ବର)୨୦/୦୬/୨୨: ସନ୍ଧ୍ୟାରେ କମିଶନରେଟ ପୋଲିସ ର କ୍ୟାପିଟାଲ ଥାନା ଅନ୍ତର୍ଗତ ମାଷ୍ଟର କ୍ୟାଣ୍ଟିଂନ ସ୍ଥିତ ଫାଣ୍ଡି ଅଧିକାରୀ ଶ୍ରୀଯୁକ୍ତ ନିରଞ୍ଜନ ନାୟକ ତୁରନ୍ତ ପଦକ୍ଷେପ ନେଇ ରାସ୍ତାରେ ପଡି ଯନ୍ତ୍ରଣାରେ ଛଟପଟ ହେଉଥିବା ରାୟଗଡା ଅଞ୍ଚଳର ଜୈନକା ମହିଳା ଙ୍କୁ କ୍ୟାପିଟାଲ ହସ୍ପିଟାଲ କୁ ପଠାଇବାର ସମସ୍ତ ବ୍ୟବସ୍ଟା କରି ସ୍ଥାନୀୟ ସାଧାରଣ ଜନତାଙ୍କ ପ୍ରଶଂସା ର ପାତ୍ର ହୋଇଛନ୍ତି। ଘଟଣାର ବିବରଣୀ ରୁ ଜଣା ପଡ଼ିଛି ଯେ, ଫାଣ୍ଡି ଅଧିକାରୀ ନିଜ ଅଞ୍ଚଳ ମୋ ବସ ଟର୍ମିନାଲ ସମ୍ମୁଖ ରାସ୍ତାରେ ଫୁଟ ପାଟ୍ରୋଲିଂ କରୁଥିବା ସମୟରେ,ଭୁବନେଶ୍ବର କୁ ନିଜ ପତ୍ନୀଙ୍କ ଚିକିତ୍ସା ନିମନ୍ତେ ଆସିଥିବା ଜୈନକ ବ୍ୟକ୍ତି ଅତି ବ୍ୟସ୍ତତା ର ସହ ତାଙ୍କ ପତ୍ନୀ ରାସ୍ତାରେ ଶୋଇ ଗୋଡ଼ରେ ସ୍ନାୟବିକ ଯନ୍ତ୍ରଣାରେ ଛଟପଟ ହେଉଥିବା ସୂଚନା ଦେଇ ସାହାଯ୍ୟ ପାଇଁ ନିବେଦନ କରିଥିଲେ।ସୂଚନା ପାଇ ଫାଣ୍ଡି ଅଧିକାରୀ ଘଟଣା ସ୍ଥଳ କୁ ଯାଇ ତୁରନ୍ତ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ।ଖବର ପାଇ 108 ଅମ୍ବୁଲାନ୍ସରେ ନେଇ ଥିବା ମଧ୍ୟରେ ପିଡିତା ମହିଳାଙ୍କ ନିକଟରେ ପହଞ୍ଚି ସାଙ୍ଗେ ସାଙ୍ଗେ ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରିଥିଲେ ! ଡାକ୍ତର ଙ୍କ ଠାରୁ ପ୍ରକାଶ ଯଦି ଠିକ ସମୟରେ ରୋଗୀ ପହଂଚି ନଥାନ୍ତା ବହୁତ ଅସୁବିଧା ହୌଇଥାନ୍ତା ! ତାଙ୍କର ଏହି ମହାନତା ଆଜି ରାଜଧାନୀ ରେ ଚର୍ଚ୍ଚାର ବିଷୟ ପାଲଟିଛି ! ଭୁବନେଶ୍ୱର ରୁ ମଧୁସୂଦନ ମିଶ୍ରଙ୍କ ରିପୋର୍ଟ |

Leave a Reply

Your email address will not be published. Required fields are marked *