ଇଲେକ୍ଟ୍ରି ଖୁଂଟରେ ଧକ୍କାଦେଲା କାର, ଚାଳକ ମୃତ ଅନ୍ୟ ଜଣେ ଆହତ ।

ଘସିପୁରା06/01/24; ନୂତନ ବର୍ଷ ଆରମ୍ଭରୁ ପ୍ରତେକ ଦିନ କିଛିନା କିଛି ଦୃଘଟଣା ଘଟି ଅନେକେ ଧନଜୀବନ ନଷ୍ଟ ହୋଇଥିବା ବେଳେ ଆଜି ସକାଳୁ ସକାଳୁ ନିଜ କାର ଯୋଗେ କୌଣସି ଏକ କାମରେ ଗାଁରୁ ବାହାରି ଭଗାନଇ ଗ୍ରାମ ବାଟେ ଆନନ୍ଦପୁର ଯାଉଥିବା ସମୟର ଭଗାନଇ ନାଳ ନିକଟରେ କାର ଗାଡି ନଂ ଓଡ଼ି୦୨ବିଜେ ୧୦୭୦ ଗାଡିଟି ନିଜର ଭାରଶ୍ୟାମ ହରାଇ ଇଲେକ୍ଟ୍ରି ଖୁଣ୍ଠରେ ଧକ୍କା ହୋଇ ଚାଳକ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲେ ।ଗାଡ଼ିରେ ବସିଥିବା ଅନ୍ୟ ଜଣେ ଯୁବକ ସାମାନ୍ୟ ଆହତ ହୋଇ ପଡ଼ିଥିଲେ ।ସ୍ତାନୀୟ ଲୋକମାନେ ସଙ୍ଗେ ସଙ୍ଗେ ଆନନ୍ଦପୁର ମେଡ଼ିକାଲକୁ ପଠାଇ ତାଙ୍କର ଚିକିତ୍ସା କରିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତ ଯୁବକଙ୍କ ଘର ଘସିପୁରା ବ୍ଲକ ମଦନପୁର ପଞ୍ଚାୟତ ଖଡିକାଶୂଳବାହାଳିର ଦନାର୍ଦନ ରାଉତଙ୍କ ପୁଅ ୰ରାଜକିଶୋର ରାଉତ(୩୮) ବୋଲି ଜଣା ପଡ଼ିଛି ।ଖବର ପାଇଁ ପରିବାର ଲୋକେ ମେଡ଼ିକାଲରେ ପହଞ୍ଚି ଶୋକାକୁଳ ପରିସ୍ଥିତି ସୁଷ୍ଟି ହେବା ସହ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *