ଇରମ ମାଟିରେ ସହିଦମାନଙ୍କ ଶ୍ରଦ୍ଧାଞ୍ଜଳି

ଫୋକସ ପ୍ଲସ(ବାସୁଦେଉପୁର): ରକ୍ତତୀର୍ଥ ଇରମ ମାଟିରେ ଚାଲିଥିଲା ଶ୍ରଦ୍ଧାଞ୍ଜଳି ଦିବସରେ ତିଳତର୍ପଣ, ତେଣେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାତଃ ସମୟରେ ସମାୟାନୁସାରେ ପତାକା ଉତ୍ତୋଳନ ପାଇଁ ରକ୍ତତୀର୍ଥ ଇରମ ରେ ପହଞ୍ଚିଥିଲେ ଜିଲ୍ଲାପାଳ ସିଧେସ୍ୱର ବଳୀରାମ ଵୋନ୍ଦର ।ଶ୍ରାଦ୍ଧ ଉତ୍ସବ ପାଳନ ପାଇଁ ଜିଲ୍ଲା ପ୍ରଶାସନ ର ନିର୍ଦେଶ କ୍ରମେ, ପ୍ରସ୍ତୁତି ପାଇଁ ଦାଇତ୍ୱ ବହନ କରୁଥିଲେ ଖୋଦ ବିଡ଼ିଓ ସତ୍ୟଜିତ ରାଉତ, ଅପାରଗତା ଦାଇତ୍ୱହୀନତା ବାଲ୍ୟଚପଳତା ପରି ନିଜର ଦାଇତ୍ୱ ବୋଧକୁ ଭୁଲିଯାଇଥିଲା |ବ୍ଲକ ପ୍ରଶାସନ, ଆର୍ଥିକ ଲାଳସା ର ମେରୁଦଣ୍ଡରେ ବସା ବାନ୍ଧିଥିଲା ହୀନମାନ୍ୟତା ।ଘଟଣା କର୍ମରେ ଯାହା ଘଟିଲା ଅବାକ ହୋଇପଡିଥିଲେ |ସେଠାରେ ଉପସ୍ଥିତି ଥିବା ସାଧାରଣ ଜନତା

ସେପ୍ଟେମ୍ବର୨୮ତାରିଖ ସକାଳ ୮:୩୦ ସମୟରେ ପତାକା ଉତ୍ତୋଳନ କରିବା ପାଇଁ ରକ୍ତ ଇରମ ରେ ପହଁଚି ଥିଲେ ଜିଲ୍ଲାପାଳ ।ପୂର୍ବରୁ ପ୍ରଶାସନ ପକ୍ଷରୁ ସରିଥିଲା ସମସ୍ତ ପ୍ରସ୍ତୁତି ପର୍ବ ଜିଲ୍ଲାପାଳ ଙ୍କ ପତାକା ଉତ୍ତୋଳନ ସମୟରେ ଘଟିଲା ଅଘଟଣ ପତାକା ଉତ୍ତୋଳନ ରେ ବ୍ୟବହାର ହେଉଥିବା ବାଉଁଶ ଦଣ୍ଡ ର ମଧ୍ୟ ଭାଗରୁ ଖସିପଡିଥିଲା ଜାତୀୟ ପତାକା । ସେଠାରେ ଉପସ୍ଥିତ ଥିବା ସମସ୍ତ ଅଧିକାରୀଙ୍କ ସହ ସାଧାରଣ ଜନତା ପଲୋଟି ଯାଇଥିଲେ ସ୍ଥାଣୁ।ଖୋଦ ଜିଲ୍ଲାପାଳ ତଳେପଡିଥିବା ଜାତୀୟ ପତାକା କୁ ତୋଳିଧରିବା ପାଇଁ ପ୍ରୟାସ କରି ମଧ୍ୟ ବିଫଳ ହୋଇଥିଲେ।

ବାସୁଦେଉପୁରରୁ ପ୍ରମୋଦ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *