ଫୋକସ ପ୍ଲସ (ପୋଲସରା)୨୭/୦୬/୨୦୨୨: ସ୍ଥାନୀୟ ଜଗନ୍ନାଥ ସାହିରେ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଶାଖାଟି ଆଜି ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଯାଇଛି। ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଦିର୍ଘ ୧୧ ବର୍ଷ ହେଲା ସ୍ଥାନୀୟ ଜଗନ୍ନାଥ ସାହିରେ ଥିଲା। ଉକ୍ତ ଶାଖା ଟି ମୂଖ୍ୟ ସଡ଼କ ରେ ଥିବା ଭାରତୀୟ ଜୀବନ ବୀମା ନିଗମ ସମ୍ମୁଖ କୁ ସ୍ଥାନାନ୍ତରିତ ହୋଇଛି। ନୂତନ କୋଠା ରେ କାର୍ଯ୍ୟାଳୟ କୁ ପୋଲସରା ତହସିଲଦାର ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଏହି ଉଦଘାଟନ ଉତ୍ସବରେ ବ୍ୟାଙ୍କର ଆଞ୍ଚଳିକ ପ୍ରବନ୍ଧକ ମନିଷ କୁମାର ଅଧ୍ୟକ୍ଷତା କରିଥିଲେ। ସ୍ଥାନୀୟ ଶାଖା ପରିଚାଳକ ଶଙ୍କର୍ଷଣ ଦାସ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।
