ଓଡିଶା ସରକାର ଆମକୁ ଉଦ୍ଧାର କର

ଫୋକସ ପ୍ଲସ (କଳାହାଣ୍ଡି) ୦୫/୦୭/୨୦୨୨: ଥମୁନି ଦାଦନ ସମସ୍ୟା।ପେଟ ପାଟଣା ପାଇଁ ଘର ଛାଡି ଯାଇଥିବା ଶ୍ରମିକ କେତେବେଳେ ଶବ ହୋଇ ଫେରୁଛି ତ ପୁଣି କେତେବେଳେ ବନ୍ଦାପଡି ନିର୍ଯ୍ୟାତନା ର ଶିକାର ହୋଉଛି ।ଏଭଲି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ସରକାର ଙ୍କ ଚେତା ପସୁନାହିଁ। ବର୍ତମାନ ସୁଚନା ମତେ କଳାହାଣ୍ଡି,ବଳାଙ୍ଗିର ଓ ସମ୍ବଲପୁର ଜିଲ୍ଲାର ସମୁଦାୟ ୧୪ଟି ପରିବାର ର ୨୦ ଜଣ ଦାଦନ ଶ୍ରମିକ ଠିକାଦାର ଙ୍କ ନିର୍ଯ୍ୟାତନା ର ଶିକାର ହୋଉଥିବା ଜଣାପଡିଛି।ଗତ ସାତ ମାସ ତଲେ ବଳଙ୍ଗିରଜିଳ୍ଳା ର ବେଣୁଦାସ ନାମକ ଜଣେ ଦଳାଲ ଦାଦନ ମାନଙ୍କୁ ପ୍ରଲୋଭନ ଦେଖାଇ ଅଗ୍ରିମ କିଛି ଟଙ୍କା ଦେଇ ତେଲେଙ୍ଗାନାରାଜ୍ୟର ରଙ୍ଗାରେଡି ଜିଲ୍ଳା ର କବାଡିପଳ୍ଳି ଗାଁ ର K-venketswary ନାମକ ଇଟାଭାଟି ଠିକାଦାର ପାଖରେ ବନ୍ଧା ପକାଇ ପଲେଇ ଆସିଥିଲା। ଠିକାଦାର ଜଣକ ଦାଦନ ଶ୍ରମିକ ମାନଙ୍କୁ ଦିନରାତି ଖଟାଇ ନିର୍ଯ୍ୟାତନା ଦେଉଥିବାର ଜଣାପଡିଛି। ଏପରି କି ପାରିଶ୍ରମିକ ମାଗିଲେ ବାଡିଆ ପିଟା କରିବା ସହ ଘରକୁ ଆସିବାକୁ ଦେଉନାହିଁ।ଏଭଲି ନିର୍ଯ୍ୟାତିତ ହୋଇ ନଖାଇ ନପିଇ ବିକଲ ଅବସ୍ଥା ରେ ପଡ଼ି ରହିବା ସହ ଭିଡିଓ ମାଧ୍ୟମରେ ଗୁହାରି କରିଛନ୍ତି।

ଧର୍ମଗଡ ରୁ ସେତୁରାମ ଭକ୍ତ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *