*ଆସୁଛି ଆଇପିଏଲ ୨୦୨୫: ଜୁନାଗଡରେ ଆଇପିଏଲ ସଟ୍ଟା ମାଫିଆଙ୍କ ଆତଙ୍କ।
*ନିର୍ଦିଷ୍ଟ ଏକ ହୋଟେଲ ରୁମରେ ବେଟିଂ କାର୍ଯ୍ୟକଳାପ ଅଭିଯୋଗ।
*ଏମାନଙ୍କ ମୁଣ୍ଡ ଉପରେ ରାଜ୍ୟର ଜଣେ ପୂର୍ବତନ ମନ୍ତ୍ରୀଙ୍କ ହାତ ରହିଥିବା ଆଲୋଚନା।
*ପୂର୍ବତନ ମନ୍ତ୍ରୀଙ୍କ ଭୟ ଦେଖାଇ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି କରୁଥିବା ଅଭିଯୋଗ ହେଉଛି।
ଭବାନୀପାଟଣା (ରଞ୍ଜନ କୁମାର ମହାନ୍ତି)ମାଫିଆଙ୍କ ଉପରେ ଲଗାମ ଲଗାଇବା ନେଇ ଦୃଢ ପ୍ରତିବଦ୍ଧଶିଳ ଥିବା ବର୍ତ୍ତମାନର ରାଜ୍ୟ ସରକାର ପାଇଁ ବଡ଼ ଚ୍ୟଲେଞ୍ଜ ସୃଷ୍ଟ କରିଛନ୍ତି ଜୁନାଗଡ ସହରରେ ଆଇପିଏଲ ସଟ୍ଟା ମାଫିଆ ଏବଂ କିଛି ଜମି ମାଫିଆ। ବିଭିନ୍ନ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ରହିଥିବା ଜୁନାଗଡ଼ର ଏଇ ଆଇପିଏଲ ବେଟିଂ ମାଫିଆ ଜୁନାଗଡର କିଛି ଜମି ଦଲାଲ ମାନଙ୍କ ସହ ମିଶି ଏସଟି/ଏସସି ଜମି ସ୍କାମରେ ସଂଶ୍ଲିଷ୍ଟ ରହିଥିବା ଅଭିଯୋଗ ହେଉଛି।
କଳାହାଣ୍ଡି ଜିଲ୍ଲାର ଜୁନାଗଡ ସହର ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠ ସ୍ଥଳୀ ଅଟେ। କୋଭିଡ ପରେ ପରେ ବ୍ୟବସାୟରେ ବ୍ୟବସାୟୀ ମାନେ କ୍ଷତି ସହିଆସୁଥିବା ବେଳେ ଚାଷୀଙ୍କ ଦୁର୍ଦ୍ଦଶା ତ କହିଲେ ନ ସରେ। ଗ୍ରାମାଞ୍ଚଳରେ ତ ଆହୁରି ଭୟଙ୍କର ପରିସ୍ଥିତି।ଗ୍ରାମାଞ୍ଚଳର ଯୁବକ ଯୁବତୀ ରୋଜଗାର ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ଉକ୍ତ ଆଇପିଏଲ ବେଟିଂ ମାଫିଆ ଜଣକ ହୋଟେଲ ଭିତରେ ଥିବା ଏସି କ୍ୱାଟର ଭିତରେ କିଛି ମୋବାଇଲ ଏବଂ ଦୁଇରୁ ତିନୋଟି ଲେଫ୍ଟପ ସାହାଯ୍ୟରେ ଏଇ ବ୍ୟବସାୟୀ ଏବଂ ଚାଷୀ ମାନଙ୍କ ସହ ଗରିବ ଖଟିଖିଆ ମାନଙ୍କୁ ରାତାରାତି କୋଟିପତି ହେବାର ସ୍ବପ୍ନ ଦେଖାଇ ସର୍ବଶାନ୍ତ କରିଦେଉଥିବା ଅଭିଯୋଗ ହେଉଛି। କିଛି ଘଣ୍ଟାରେ ଲକ୍ଷ ଲକ୍ଷ ଟଙ୍କା ଉପାର୍ଜନ କରିବାର ନିଶା ମଧ୍ୟ ଲୋକଙ୍କୁ ଏଭଳି ପାଗଳ କରି ଦେଉଛି ଯେ ସେମାନେ ତାଙ୍କର ସର୍ବସ୍ବ ହରାଇ ଦେବାଳିଆ ଅବସ୍ଥାକୁ ଆସିଯାଉଛନ୍ତି। ରାଜ୍ୟର ପୂର୍ବତନ ଜଣେ ମନ୍ତ୍ରୀଙ୍କ ଜଣେ ପ୍ରମୁଖ ସହଯୋଗି ଆଇପିଏଲ ବେଟିଂ କାର୍ଯ୍ୟକଳାପ ଏବଂ ଅଲ୍ଲିଅଇ ମାହିଳାଙ୍କ ସହିତ ଯୋଗାଯୋଗ ରହିଛି ବୋଲି ଗୁପ୍ତ ତଥ୍ୟ ମିଳିଛି।ରାଜ୍ୟ ସରକାର ଏସଟି/ଏସସି ଜମି ସ୍କ୍ୟାମ ତଦନ୍ତର ଯଦି ଆଦେଶ ଦିଅନ୍ତି ତାହେଲେ ଉକ୍ତ ଭଦ୍ର ବ୍ୟକ୍ତିଙ୍କ ମୁହଁରୁ ଆପେ ଆପେ ମୁଖା ଖୋଲି ଯାଆନ୍ତା। ବାବୁଙ୍କ ପାରିବା ପଣିଆ କହିଲେ ନ ସରେ। ଗତ ଜୁଲାଇ ୩୧ ତାରିଖ ରୁ ୦୧ ତାରିଖ ପର୍ଯ୍ୟନ୍ତ ବରଗଡର ଏକ ହୋଟେଲରେ ଜଣେ ଶିକ୍ଷୟତ୍ରୀଙ୍କ ସହ କ’ଣ କରୁଥିଲେ ଏବଂ ଜୁନାଗଡ଼କୁ ବାହାରୁ ବିଭିନ୍ନ ଝିଅ ମାନଙ୍କୁ ଅପେରା କରିବାକୁ ଡକେଇ ନିର୍ଦିଷ୍ଟ ଏକ ହୋଟେଲକୁ ନିଜ ଗାଡ଼ିରେ ନେଇ ରାତି ରଙ୍ଗୀନ କରିଥାନ୍ତି ଏ ବାବୁ ଜଣକ। ଡିଜିଟାଲ ଯୁଗରେ ମୋବାଇଲରେ ପ୍ରଚଳିତ ହେଇଥିବା ଏଆଇ ର ମାଷ୍ଟର ମାଇଣ୍ଡ ହେଉଛନ୍ତି ଏ ଆଇପିଏଲ ସଟ୍ଟା ମାଫିଆ ଜଣକ। ବିଭିନ୍ନ ମହିଳାଙ୍କ ଭିଡିଓ ଏଆଇ ମାଧ୍ୟମରେ ଏଡିଟିଂ କରି କିଛି ବ୍ଲାକ ମେଲର ସାହାଯ୍ୟରେ ସେମାନଙ୍କୁ ବ୍ଲାକ ମେଲ କରି ଟଙ୍କା ମାଗିବାର ନୁଆଁ ପନ୍ଥା ଆପଣାଇଛନ୍ତି ବୋଲି ଚର୍ଚ୍ଚା ଆଲୋଚନା ହେଉଛି। ତାଙ୍କର ଜଣେ ସହଯୋଗୀ ଅବଦୁଲ କାଦିରକୁ ଲଗେଇ ଖୁଲମ ଖୁଲ୍ଲା ଭାବେ ଧମକ ଦିଆ ଯାଇଥିଲା। କଳାହାଣ୍ଡିରେ ଆଉ ଏକ ମମିତା ମେହେର ହତ୍ୟା କାଣ୍ଡ ଘଟିବ ବୋଲି ଦୁଇ ହିନ୍ଦୁ ମହିଳାଙ୍କୁ ଭୟଭିତ କରାଯାଇଥିଲା। ଦୁଇ ହିନ୍ଦୁ ମହିଳାଙ୍କୁ ଭୁଜାଲିରେ ମାରି ପିସ ପିସ କାଟି ଫ୍ରିଜରେ ଭରିବାର ଧମକ କିଛି ଦିନ ତଳେ ଦିଆଯାଇଥିଲା। ଏଣୁ ରାଜ୍ୟର ନୂତନ ସରକାରଙ୍କର
ଏହି ସଟ୍ଟା ମାଫିଆ ଏବଂ ଜମି ମାଫିଆଙ୍କ ବିରୁଦ୍ଧରେ ତତ୍କାଳିକ କାର୍ଯ୍ୟବାହି ଆବଶ୍ୟକ, ଯାହା କି ନ୍ୟାୟ ପ୍ରତିଷ୍ଠା ଏବଂ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବ। ନୀତି ଶାସକମାନେ ଏହି ଗମ୍ଭୀର ଅଭିଯୋଗ ଦିଗରେ ନିଶ୍ଚିତ କାର୍ଯ୍ୟ କରିବାକୁ ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି।