ଆସନ୍ତୁ ଜାଣିବା କାହାକୁ ମିଳିଲା କେଉଁ ବିଭାଗ

ଫୋକସପ୍ଲସ 22/05/23 (ବ୍ୟୁରୋ): ସୋମବାର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟର ୩ ମନ୍ତ୍ରୀ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଥିଲେ! ବର୍ତ୍ତମାନ ଏହି ୩ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୩ ମନ୍ତ୍ରୀଙ୍କୁ ବିଭାଗ ଦାୟିତ୍ୱ ବଣ୍ଟନ କରିଛନ୍ତି। ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗ ଦାୟିତ୍ୱ ମିଳିଥିବା ବେଳେ ସୁଦାମ ମାରାଣ୍ଡିଙ୍କୁ ବିଦ୍ୟାଳୟ ଗଣଶିକ୍ଷାମନ୍ତ୍ରୀ ଏବଂ ସାରଦା ନାୟକଙ୍କୁ ଶ୍ରମ ବିଭାଗ ଦାୟିତ୍ୱ ମିଳିଛି।

ସୂଚନାଯୋଗ୍ୟ, ଗତ ୧୨ ତାରିଖରେ ବାଚସ୍ପତି ପଦରୁ ଅଚାନକ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଥିଲେ। ଏହାର କିଛି ସମୟ ମଧ୍ୟରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ଶ୍ରୀକାନ୍ତ ସାହୁ ମଧ୍ୟ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। ଫଳରେ ସମୀରଙ୍କ ହାତରେ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଶ୍ରୀକାନ୍ତଙ୍କ ପାଖରେ ଥିବା ଶ୍ରମ ବିଭାଗର ଦାୟିତ୍ୱ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲିକଙ୍କୁ ଦିଆଯାଇଥିଲା।

ବ୍ୟୁରୋ ରିପୋଟ ଫୋକସପ୍ଲସ

 

Leave a Reply

Your email address will not be published. Required fields are marked *