ଫୋକସ ପ୍ଲସ (କୋରାପୁଟ)୦୩/୦୭/୨୦୨୨: ଗୋଟିଏ ଗଛ ଲଗାଅ, ପ୍ରଦ୍ୟୁଷଣ ମୁକ୍ତ ପୃଥିବୀ ତିଆରି କର ଏହି ବାର୍ତ୍ତା ନେଇ କୋରାପୁଟ ଜବାହାର ନବୋଦୟ “ଆଲୁମିନା” ଆସୋସିଏସନ ର ସଭାପତି ସରୋଜ ବାଗ, ସମ୍ପାଦ ସାଗର କୁମାର ବେହେରା ଓ ଆଲୁମିନା ର ସଦସ୍ୟ, ସଦସ୍ୟା ମିଳିତରେ ଆଜି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ର ମେସିଙ୍ଗପୁଟ ଆଦର୍ଶ ବିଦ୍ୟାଳୟ ରେ ବୃକ୍ଷ ରୋପଣ ର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ଦୂରଦୂରାନ୍ତରେ କାର୍ଯ୍ୟରତ ଯେ.ଏନ.ବି ଆଲୁମିନା ସଦସ୍ୟ ସମେତ ଲମତାପୁଟ ବ୍ଲକ ର ପୂର୍ବତନ ନବୋଦୟ ଛାତ୍ର ଓଲିଉଡ କଳାକାର ମାନସ ମଲ୍ଲିକ ଓ ସୁଶାନ୍ତ ଦାର୍ଲି ଯୋଗଦେଇ ଆଦର୍ଶ ବିଦ୍ୟାଳୟ ପରିସରରେ ୭୫ଟି ଗଛ ଲଗେଇଛନ୍ତି । ଏବଂ ଅଭିବକ୍ତ କୋରାପୁଟ ଜିଲ୍ଲା ର ପ୍ରତେକ ଆଦର୍ଶ ବିଦ୍ୟାଳୟ ଓ ବଜାହାର ନବଦୟ ବିଦ୍ୟାଳୟରେ ଗଛ ଲଗେଇ ବା ସହିତ ନବଦୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଶିକ୍ଷା ସଚେତନତା, ସ୍ୱାସ୍ଥ୍ୟ ପରୀକ୍ଷା, ଆଖି ପରୀକ୍ଷା, ରକ୍ତଦାନ ଶିବିର ଆୟୋଜନ କରିବା ର ଲକ୍ଷ୍ୟ ରହିଥିବା ପ୍ରକାଶ କରିଛନ୍ତି ଆଲୁମିନା ସଭାପତି ।
କୋରାପୁଟ ଜିଲ୍ଲା ଲମତାପୁଟ ରୁ ଗୋପୀନାଥ ହଞ୍ଜରିଆ ଙ୍କ ରିପୋର୍ଟ ଫୋକସ ପ୍ଲସ |