ଶିକ୍ଷା ୨୧/୦୨/୨୦୨୪: ଆଜି ଠାରୁ ଆରମ୍ଭ ହୋଇଛି ମେଟ୍ରିକ ପରୀକ୍ଷା | ପିଲାମାନେ ଉତ୍ସହର ସହ ପରୀକ୍ଷା ଦେବାକୁଗଲେ | ଏହି ମେଟ୍ରିକ ପରୀକ୍ଷା ପାଇଁ ସରକାରଙ୍କ ଦ୍ୱାରା ପରୀକ୍ଷା କେନ୍ଦ୍ରରେ କେମେରା ବ୍ୟବସ୍ଥା ହୋଇଥିବା ବେଳେ, ପ୍ରତେକ ପରୀକ୍ଷା କେନ୍ଦ୍ରରେ ସିସି ଟିଭି କେମେରାମାନ ଖଞ୍ଜା ଯାଇଛି l ପରୀକ୍ଷାର୍ଥୀ ମାନେ ପରୀକ୍ଷା କେନ୍ଦ୍ରକୁ ସଖାଳ 7ଟା 30 ମିନିଟ ସମୟରେ ନିଜ ଅଭିଭାବକ ମାନଙ୍କ ସହ ପହଞ୍ଚି ଉତ୍ସାହର ସହ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଥିଲେ l ଅନେକ ପରୀକ୍ଷା କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ସହ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି | ପ୍ରଥମ ଦିନରେ ଏମଆଇଏଲ ବିଷୟ ଥିଲା, ପରୀକ୍ଷା କେନ୍ଦ୍ର ସାମ୍ନାରେ ଅଭିଭାବକ ମାନେ ଉତ୍ସାହ ସହ ନିଜ ପିଲାଙ୍କ ପରୀକ୍ଷା ସାରିବା ପର୍ଯନ୍ତ ଅପେକ୍ଷା କରିଥିଲେ l ପ୍ରଥମ ଦିନରେ ପରୀକ୍ଷା ଶାନ୍ତି ଶୃଙ୍ଖଲା ଭାବେ ଅନୁଷ୍ଠିତ ହୋଇଯାଇଛି |
