ଭୁବନେଶ୍ଵର: ମୋହନ ସରକାରଙ୍କ ଦ୍ବିତୀୟ ବଜେଟ୍ ଆଜି ଆସିବ। ଅର୍ଥ ବିଭାଗର ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ବିଧାନସଭାରେ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ସୋମବାର ଅପରାହ୍ଣରେ ବଜେଟ୍ ଉପସ୍ଥାପନ କରିବେ। ଏହି ବଜେଟ୍ରେ କ’ଣ ନୂଆ ଯୋଜନା ରହିବ? ପୂର୍ବର ଫ୍ଲାଗସିପ୍ ଯୋଜନାକୁ କେତେ ଅର୍ଥ ମିଳିବ? ଏବେଠାରୁ ଆକଳନ ଆରମ୍ଭ ହୋଇଛି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ସ୍ବପ୍ନ ଦେଖୁଥିବା ମୋହନ ସରକାରଙ୍କ ଠାରୁ ସାଢ଼େ କୋଟି ଓଡ଼ିଆ ଲୋକେ ବହୁ ଆଶା କରିଛନ୍ତି।
ଆରମ୍ଭ ହେଲା ବଜେଟ୍ଅ ଭିଭାଷଣ,ବଜେଟ୍ ଉପସ୍ଥାପନ କରୁଛନ୍ତି ମୁଖ୍ୟମନ୍ତ୍ରୀ
