ରାଜଧାନୀରେ ପ୍ରାଥମିକ ପର୍ଯ୍ୟାୟରେ ମହାନଗର ନିଗମ ଅଞ୍ଚଳରେ ୨ଟି କୁକୁର ଉଦ୍ଧାର ଗାଡ଼ି ବୁଲିବ। ଏବେ ଭୁବନେଶ୍ବରରେ ୭୦ ହଜାରରୁ ଅଧିକ ବୁଲା କୁକୁର ରହିଛନ୍ତି। ପ୍ରତି ମାସରେ ପ୍ରାୟ ୨ ହଜାର ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରିବା ପାଇଁ ବ୍ୟବସ୍ଥା କରିଛି ବିଏମ୍ସି। ସେମାନଙ୍କୁ ବନ୍ଧ୍ୟାକରଣ କରିବା ପାଇଁ ହାଇଦ୍ରାବାଦ ସ୍ଥିତ ଭେଟ୍ସ ସୋସାଇଟ୍ ଫର୍ ଆନିମଲ ଓ୍ୱେଲଫେୟାର ଆଣ୍ଡ ରୁରାଲ ଡେଭଲପମେଣ୍ଟ ସାହାଯ୍ୟ ନିଆଯାଇଛି। ଆସନ୍ତା ୩ ବର୍ଷ ପାଇଁ ଏହି ବନ୍ଧ୍ୟାକରଣ ପ୍ରକ୍ରିୟା ଜାରି ରହିବ। ବନ୍ଧ୍ୟାକରଣ ଦ୍ୱାରା ସହରରେ ବୁଲା କୁକୁରଙ୍କର ସଂଖ୍ୟା ବୃଦ୍ଧିକୁ ରୋକିବାକୁ ଲକ୍ଷ୍ୟ ରହିଛି। ବନ୍ଧ୍ୟାକରଣ ସହ କୁକୁର ଗଣନା କରିବ ଭୁବନେଶ୍ୱର ମହାନଗର ନିଗମ। ସମୁଦାୟ ୬୭ଟି ଓ୍ୱାର୍ଡରେ ପୂର୍ବପରି ବୁଲା କୁକୁର ଗଣନା କାର୍ଯ୍ୟ କରାଯିବାର ଯୋଜନା ରହିଛି। ଏହି କାର୍ଯ୍ୟରେ ବିଏମସିର ସ୍ୱଚ୍ଛ ସାଥୀମାନେ ମଧ୍ୟ ସହାୟତା କରିବେ। ଏହି କାର୍ଯ୍ୟକୁ ବିଏମ୍ସିର ପ୍ରାଣୀ ଡାକ୍ତରମାନେ ତଦାରଖ କରିବେ।
ଆରମ୍ଭ ହେଲା କୁକୁର ବନ୍ଧ୍ୟାକରଣ କାର୍ଯ୍ୟକ୍ରମ
