ଫୋକସ ପ୍ଲସ(ବାଲିଗୁଡା)୦୫/୦୯/୨୦୨୨: କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ନିକଟରେ ଆମ ଆଦିମ ପାର୍ଟି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ କନ୍ଧମାଳ ଜିଲ୍ଲାରେ ଦଳ କିଭଳି ପ୍ରଦର୍ଶନ କରିବ ଏବଂ ସଙ୍ଗଠନକୁ କିଭଳି ସୁଦୃଢ କରାଯାଇପାରିବ ସେନେଇ ମୁଖ୍ୟତଃ ଏହି ବୈଠକରେ ଆଲୋଚନା ହୋଇଥିଲା।ଦିଲ୍ଲୀ ଏବଂ ପଞ୍ଜାବରେ ଆମ୍ ଆଦମୀ ପାର୍ଟି ସରକାର ଗଠନ କରିବା ପରେ ଦଳର କର୍ମୀମାନଙ୍କ ମନୋବଳ ବୃଦ୍ଧି ପାଇବା ସହ ଓଡ଼ିଶାରେ ଦଳକୁ ସକ୍ରିୟ କରାଇବା ପାଇଁ ପ୍ରଚେଷ୍ଟା ଆରମ୍ବ ହୋଇଛି। ଏହି ବୈଠକରେ ରାଜ୍ୟ ଉପ ସଭାପତି ଯବନ ମଲିକ ,ନଗର ସଭାପତି ଯବନ ମଲ୍ଲିକ,କନ୍ଧମାଳ ଜିଲ୍ଲା ସଭାପତି ବଳରାମ ଦିଗାଳ,ବାଲିଗୁଡା ସଭାପତି ବିଦେଶୀ ମଳିକ, ନଗର ସଭପତି ସମୀର ନାୟକ ଓ ଜିଲ୍ଲାର ୧୨ଟି ବ୍ଳକର ସଭାପତି ଏଥିରେ ସାମିଲ ହୋଇଥିଲେ।ତୃଣମୂଳ ସ୍ତରରେ ଭୋଟରଙ୍କ ନିକଟରେ ଦଳର ଅଭିମୂଖ୍ୟ ପହଞ୍ଚାଇବାସହ ଲୋକଙ୍କ ସହ କିଭଳି ଯୋଡି ହୋଇ ରହିବା ଏବଂ ଦଳକୁ କଭଳି ସୃଦୁଢ କରିବା ସେନେଇ ବିଶଦ ଆଲଚୋନା ହୋଇଥିଲା।ଆଗାମୀ ଦିନରେ ଶାଶକ ଦଳର ଦୁର୍ନୀତି ବିରୋଧରେ ବାଲିଗୁଡା ସହରରେ ଏକ ବିଶାଳ ଶୋଭାଯାତ୍ରା କରାଯିବ ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି କହିଛନ୍ତି ରାଜ୍ୟ ଉପ ସଭାପତି ଯବନ ମଲ୍ଲିକ।
ବାଲିଗୁଡା ରୁ ଜୋତି ପ୍ରକାଶ ସାମନ୍ତରାୟ ଙ୍କ ରିପୋର୍ଟ ଫୋକସ ପ୍ଳସ |
