ଆମ୍ବ ଚୋପାରେ ବି ରହିଛି ଏହି ଉପକାରିତା

ଫୋକସ ପ୍ଲସ 6/5/23 (ବ୍ୟୁରୋ):

ଆଜି ଆମେ କହିବୁ ଆମ୍ବ ଚୋପାର ଉପକାରୀତା ବିଷୟରେ।

ଫଳରେ ଆଗକୁ ଏହାକୁ ଫୋପାଡ଼ିବା ପରିବର୍ତ୍ତେ ଆପଣ ବ୍ୟବହାର କରିପାରିବେ ଏବଂ ଅନେକ ସ୍ବାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ପାଇପାରିବେ।

ଆମ୍ବ ଚୋପାର ଉପକାରୀତା:

– ଆମ୍ବ ଚୋପାରେ ଆଣ୍ଟିଅକ୍ସିଡାଣ୍ଟ ଓ ଫାଇଟୋନ୍ୟୁଟ୍ରିଏଣ୍ଟ୍‌ସ ଥାଏ, ଯାହା ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ହୃତ୍‌ପିଣ୍ଡ ପାଇଁ ଏହା ବହୁତ ଲାଭଦାୟକ।

– ଆମ୍ବ ଚୋପା ଦ୍ବାରା ହୃଦଘାତ ଆଶଙ୍କା ହ୍ରାସ ପାଇଥାଏ। ତେଣୁ ଏହାକୁ ଫିଙ୍ଗିବା ପରିବର୍ତ୍ତେ ଖାଇବା ଉଚିତ। ହୃଦୟ ରୋଗରେ ପୀଡ଼ିତ ବ୍ୟକ୍ତିମାନେ ଏହାକୁ ଖାଇବା ଆଗରୁ ନିଜ ଡାକ୍ତରଙ୍କ ସହ ଥରୁଟିଏ ପରାମର୍ଶ କରିବା ଉଚିତ।

– ଆମ୍ବ ଚୋପାକୁ ମୁହଁରେ ଘସିବା ଦ୍ବାରା ଟ୍ୟାନିଂ ବା ଖରା ଯୋଗୁଁ କଳାପଣ ସମସ୍ୟା ଦୂର ହୋଇଥାଏ ଓ ଚେହେରାରେ ଚମକ୍‌ ଆସିଥାଏ। ଆମ୍ବ ଚୋପା ପେଟ ପାଇଁ ମଧ୍ୟ ଭଲ ହୋଇଥାଏ।

– ଆମ୍ବ ଚୋପାରେ ଫାଇବର ଥାଏ, ଯାହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏଥିରେ ଭିଟାମିନ୍‌ ଏ, ସି ସହ ଆଣ୍ଟିଅକ୍ସିଡାଣ୍ଟର ଗୁଣ ରହିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ।

– ଆପଣ ଆମ୍ବ ଚୋପାରୁ ଖତ ମଧ୍ୟ ତିଆରି କରିପାରିବେ। ଏଥିରେ ଥିବା ଭିଟାମିନ୍ ସି, ଇ, ପଲିଫେନୋଲ୍, କାରୋଟିନଏଡ୍ ଏବଂ ଫାଇବର ଉଦ୍ଭିଦ ପାଇଁ ବହୁତ ଭଲ।

Leave a Reply

Your email address will not be published. Required fields are marked *