ଗଣିଆ ୨୨/୧୧(ଫୋକସ ପ୍ଲସ) ଗଣିଆ ବ୍ଲକ ପୁରାଣପ୍ରସିଦ୍ଧ ମଣିଭଦ୍ରା ବିଶ୍ଵଶାନ୍ତି ମହାଯଜ୍ଞ ପାଇଁ ଗଣିଆ ବ୍ଳକ ସଦଭାବନା ଗୃହ ପରିସରରେ ମଙ୍ଗଳବାର ସଂନ୍ଧ୍ୟାରେ ବ୍ଳକସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଣିଆ ତହସିଲଦାର ପ୍ରିତୀବାଳା ରଣାଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ଏବିଡିଓ ରତନଲାଲ ଲୋହରା, ଗଣିଆ ଥାନା ଅଧିକାରୀ ବିନୟ ରଞ୍ଜନ ପରିଡା, ରାସଙ୍ଗ ସରପଞ୍ଚ ମାନସ କୁମାର ମହାକୁଡ଼, ସାମାଜିକ କର୍ମୀ ପ୍ରଦୀପ କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଓଁ ମା ସତ୍ୟଶାନ୍ତ ସେବାଶ୍ରମ ଟ୍ରଷ୍ଟର ସଭ୍ୟମାନେ ଉପସ୍ଥିତ ଥିଲେ । ଆସନ୍ତା ଡିସେମ୍ବର ମାସ ୧୬ ତାରିଖରେ ଯଜ୍ଞ ଅଧିବାସ,ଅଙ୍କୁରାରୋପଣ, କଳସ ଯାତ୍ରା ଆରମ୍ଭ ହୋଇ ୧୮ ତାରିଖରେ ଯଜ୍ଞର ପୂର୍ଣ୍ଣାହୁତୀ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ବୈଠକରେ ପ୍ରଥମେ ଗଣିଆ କୁତୁରୀ ରାସ୍ତାର କେନ୍ଦୁପୁଲୀ ଠାରୁ ଛାମୁଣ୍ଡିଆ ପର୍ଯ୍ୟନ୍ତ ଆରଡି ବିଭାଗ ତୁରନ୍ତ ରାସ୍ତାର ମରାମତି କରିବାପାଇଁ ଆଲୋଚନ ହୋଇଥିଲା l ଯାତ୍ରା ସମୟରେ ଲୋକଙ୍କ ଭିଡ ନିୟନ୍ତ୍ରଣ ପାଇଁ ଟ୍ରାଫିକ ବ୍ୟବସ୍ଥା, ଯଜ୍ଞ ସମୟରେ ନିରବଛିନ୍ନ ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଯୋଗାଣ, ଆମିଷ ଖାଦ୍ୟ ଓ ମାଦକ ଦ୍ରବ୍ୟ ଉପରେ କଡାକଡି କଟକଣା, ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବା,ଅଗ୍ନିଶମ ବିଭାଗ, କଟକ ଜିଲ୍ଲା ନରସିଂହପୁର ଚକ୍ରଗଡ଼ ଘାଟରେ ଲୋକଙ୍କ ଶୁଙ୍ଖଳିତ ଯାତାୟତ ପାଇଁ ଡଙ୍ଗା ବ୍ୟବସ୍ଥା ଓ ଯଜ୍ଞ ପରିସର ପ୍ରତିଦିନ ସ୍ୱଚ୍ଛତା ସହ ଚଳିତ ବର୍ଷ ନୂତନ ଭାବେ ମିଲେଟ କାଉଣ୍ଟର ଖୋଲିବା ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା । ତେବେ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଯଜ୍ଞ ସମୟରେ ଲୋକଙ୍କୁ ଉତମ ସେବା ପ୍ରଦାନ ପାଇଁ କଡାକଡି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିଲା l ଆସନ୍ତା ଡିସେମ୍ବର ୪ ତାରିଖରେ ମଣିଭଦ୍ରା ମା କଳାପାଟ ଠାକୁରାଣୀ ଙ୍କ ପରିସରରେ ଆଉ ଏକ ବୈଠକ କରାଯିବାପାଇଁ ସ୍ଥିର କରାଯାଇଛି l
