ଆବାସ ଯୋଜନାରେ ଶ୍ରମିକ ମଜୁରୀ ଟଙ୍କା ହଡ଼ପ ନେଇ ଅଭିଯୋଗ ଆଣିଲେ ଗ୍ରାମବାସୀ।

ବେଲଗୁଣ୍ଠା୧୬/୦୨/୨୦୨୪: ପ୍ରତ୍ୟେକ ଗରିବ ଶ୍ରେଣୀର ଲୋକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାଧ୍ୟମରେ ଘର ଯୋଗାଇ ଦିଆଯାଉଥିବା ବେଳେ ଘର ନିର୍ମାଣ ପାଇଁ ଆସିଥିବା ଅର୍ଥ ରାଶି ବ୍ୟତୀତ ଶ୍ରମିକ ମଜୁରୀ ରାଶିକୁ ହଡ଼ପ ନେଇ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ବେଲଗୁଣ୍ଠା ବ୍ଲକ୍ ବଡବୋରସିଂ ଅନ୍ତର୍ଗତ ଖାରିଗୁଡା ଓ କେରୁଆଁପଲ୍ଲୀ ଗ୍ରାମର କିଛି ହିତାଧିକାରୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଘର ନିର୍ମାଣରେ ନିଯୁକ୍ତ ଶ୍ରମିକ ଅର୍ଥ କୁ ଉଭୟ ଜନପ୍ରତିନିଧି ଓ ବ୍ଲକ୍ ଅଧିକାରୀ ଚଞ୍ଚକତା କରି ହାତେଇନେଇଥିବା ନେଇ ହିତାଧିକାରୀ ପ୍ରକାଶ କରିଛନ୍ତି। ତେବେ ଏଥି ନେଇ ଗ୍ରାମର ୱାର୍ଡ ମେମ୍ବର ଙ୍କ ନିକଟରେ ଅଭିଯୋଗ ଆଣିବା ପରେ ଅର୍ଥରାଶି ରୁ ହାତଗଣତିରେ କିଛି ହିତାଧିକାରୀଙ୍କୁ ଅଳ୍ପ କିଛି ଅର୍ଥ ରାଶି ପ୍ରଦାନ କରାଯାଇଥିବା ବେଳେ ଅଧିକାଂଶ ହିତାଧିକାରୀ ପାଇବାକୁ ଥିବା ଏହି ଶ୍ରମିକ ମଜୁରୀ ରାଶି କୁ ଆଦୌ ଦିଆଯାଇନାହିଁ। ଯାହା ଫଳରେ ସେମାନଙ୍କୁ ଏହା ନିଜେ ବହନ କରିବାକୁ ପଡ଼ିଛି। ହିତାଧୀକାରୀ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସେମାନଙ୍କ ମଧ୍ୟରେ ନିରାଶ ଦେଖାଯାଉଥିବା ବେଳେ ବିଭିନ୍ନ ସମୟରେ ଧମକ ମଧ୍ୟ ମିଳୁଥିବା ଜଣାପଡିଛି। ତେବେ ଲୋକଙ୍କ ଏଥି ସମ୍ପର୍କିତ ଦାବୀ ନେଇ ସଂପୃକ୍ତ ଜି. ଆର୍.ଏସଙ୍କୁ ଯୋଗାଯୋଗ ରେ ଅତିଶୀଘ୍ର ସେମାନଙ୍କ ପ୍ରାପ୍ୟ ପ୍ରଦାନ କରିଦିଆଯିବ ବୋଲି ସେ କହିଛନ୍ତି।

 

 

Leave a Reply

Your email address will not be published. Required fields are marked *