ଫୋକସ ପ୍ଲସ(କେନ୍ଦ୍ରାପଡ଼ା)୧୬/୦୯/୨୦୨୨: ଅସହାୟ କନକଲତା ଙ୍କ ପାଇଁ ଆବାସ ପାଲଟିଛି ସାତ ସପନ |ଭଙ୍ଗା କାନ୍ଥ ଝାଟିମାଟି ନଇଁ ଯାଇଥିବା ଚାଳ ଘରକୁ କେମିତି ଲଗାଣ ବର୍ଷା ରେ ଅଧାଭଙ୍ଗା ହେଇ ପଡ଼ିରହିଛି |ଆମେ କହୁଚୁ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ କଳସପୁର ପଞ୍ଚାୟତ ର 7ନମ୍ବର ୱାର୍ଡ ରେ ବାସ କରୁଥିବା ଦୁଃଖିନୀ କନକଲତା ଜେନା ଙ୍କ କଥା |ପରିବାର କହିଲେ ସ୍ୱାମୀ ଦୀର୍ଘ ପାଞ୍ଚ ବର୍ଷ ହେବ କ୍ୟାନ୍ସର ରୋଗରେ ପୀଡିତ ହୋଇ ଆରପାରିକୁ ଚାଲିଗଲା ପରେ ପୁଅ ବୋହୁ ଦିଲ୍ଲୀ ରେ ଛୋଟ ମୋଟ କାମ କରି ସେମାନଙ୍କ ଜୀବନକୁ ଅୟସ ଆରାମରେ କାଟିଥାନ୍ତି ମାଆ କୁ ପଇସା ପତ୍ର ଦେବା ତ ଦୂର ର କଥା ଫୋନ ଟିକେ କରିମଧ୍ୟ ଭଲମନ୍ଦ ବୁଝନ୍ତିନି |ଜମିଜମା କହିବାକୁ ଗଲେ ଏଇ ଘରଡ଼ିହ ଖଣ୍ଡେ ଯାହା |ସରକାର ଙ୍କ ରାସନ ଚାଉଳ ଓ ଭତ୍ତା ଟଙ୍କା ଯେତିକି ମିଳେ ସେତିକିରେ ଦୁଖେ କଷ୍ଟେ ରେ ଚଳିଯାନ୍ତି କନକଲତା |ଏଠି ପ୍ରଶ୍ନ ଉଠେ ଚାଳଘରେ ରହୁଥିବା ପ୍ରତ୍ୟେକ ପରିବାରକୁ ବର୍ଷା ବନ୍ୟା ବାତ୍ୟା ଦାଉରୁ ରକ୍ଷାକରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପକା ଘର ଯୋଗେଇଦେଉଥିବା ବେଳେ ଏଭଳି ଜଣେ ଅସହାୟ କନକଲତା ଙ୍କ ଉପରେ କିଭଳି ସରକାରୀ ବାବୁ ଓ ରାଜନେତା ମାନଙ୍କ ନଜର ପଡୁନାହିଁ |ଦୀର୍ଘ ଦୁଇ ମାସ ହେବ କନକଲତା ଙ୍କ ଘର ଲଗାଣ ବର୍ଷାରେ ଭାଙ୍ଗିଯାଇଥିଲେ ସୁଦ୍ଧା ସେ ସ୍ଥାନୀୟ ସରପଞ୍ଚ ଓ ତହସିଲ ଅଫିସ ଦୌଡ଼ି ଦୌଡି ପାଲ ଖଣ୍ଡେ ପାଇଁ ମଧ୍ୟ ନୟାନ୍ତ ହେଇସାରିଲେଣି |ଗ୍ରାମ୍ୟ ଗୃହ ଯୋଜନାରେ ଅସହାୟ କନକଲତା ଯୋଗ୍ୟ ହୋଇଥିଲେ ସୁଦ୍ଧା ସ୍ଥାନୀୟ ସରପଞ୍ଚ ଓ ପ୍ରଶାସନିକ ଅବହେଳା ଯୋଗୁ ସେ ଦୁର୍ଦିନ ଅବସ୍ଥାରେ ବେସାହାରା ଭାବେ ଜୀବନ କାଟୁଛନ୍ତି |ଏହି ଭଙ୍ଗା ଝାଟି ମାଟିଘରେ ରାତି ହେଲେ ସାପ ବେଙ୍ଗର ଭୟ ଥିବାରୁ କନକଲତା ଙ୍କୁ ତୁରନ୍ତ ଯୁଧକାଳୀନ ଭିତ୍ତିରେ ପକ୍କା ଘର ଖଣ୍ଡେ ଯୋଗେଇଦେବାକୁ ଗ୍ରାମବାସୀଙ୍କ ତରଫରୁ ଦାବି କରାଯାଇଛି |ଏ ବାବଦରେ ଆମେ ଆଳି ତହସିଲଦାର ଙ୍କୁ ଫୋନ ଯୋଗେ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ ସେ ଖୁବଶୀଘ୍ର କନକଲତା ଙ୍କୁ ଯାହା ସରକାରୀ ସୁବିଧା ଅଛି ଯୋଗେଇଦେବେ ବୋଲି କହିଛନ୍ତି |
