ଫୋକସ ପ୍ଲସ;08/02/2023(ନୂଆଦିଲ୍ଲୀ); ଲିଭ୍-ଇନ୍ ରେଳସସନ ଥିବା ନୂଆଦିଲ୍ଲୀ ର ଶ୍ରଦ୍ଧା ଓ୍ବାଲ୍କରଙ୍କୁ ହତ୍ୟାକରି ସରିଲା ପରେ ଶରୀରକୁ ଖଣ୍ଡ ଖଣ୍ଡ କରିବା ପରେ ଅଭିଯୁକ୍ତ ଆଫତାବ ସେଗୁଡ଼ିକୁ ଫିଙ୍ଗିବା ପୂର୍ବରୁ ଶ୍ରଦ୍ଧାଙ୍କ ଅସ୍ଥିଗୁଡ଼ିକୁ ଗୁଣ୍ଡ କରିଦେଇଥିଲା ! ତାପରେ ଶ୍ରଦ୍ଧାଙ୍କ ଅସ୍ଥି କୁ ସେ ମାର୍ବଲ କଟିଂ ଓ ଗ୍ରାଇଣ୍ଡିଂ ମେଶିନ୍ ବ୍ୟବହାର କରିଥିଲା! ଅଭିଯୁକ୍ତ ଆଫତାବ ଏଇ ସବୁ ନୂଆଦିଲ୍ଲୀ ପୋଲିସ କୋର୍ଟରେ ଦାଖଲ କରିଥିବା ଜଣାପଡିଛି!ଏବଂ ଏ ସବୁ ୬,୬୦୦ ପୃଷ୍ଠାର ଚାର୍ଜଶିଟ୍ରେ କୁହାଯାଇଛି।
ଗତବର୍ଷ ମେ’ ୧୮ରେ ଶ୍ରଦ୍ଧା ଙ୍କୁ ହତ୍ୟା କରିବା ପରେ ରାକ୍ଷସ ଆଫତାବ ଜମାଟୋରୁ ଚିକେନ୍ ରୋଲ ମଗାଇ ଖାଇଥିଲା । ଶ୍ରଦ୍ଧା ଓ ଆଫତାବ ମେ’ ମାସ ରେ ଦିଲ୍ଲୀ ଯାଇଥିଲେ। ତାପରେ ଆଫତାବଙ୍କର ଏକାଧିକ ରୁ ଅଧିକ ଗର୍ଲଫ୍ରେଣ୍ଡ ଏବଂ ଅତ୍ୟଧିକ ବ୍ୟୟକୁ ନେଇ ସେମାନଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ବଚସା !
ତାପରେ ଉତ୍ତ୍ୟକ୍ତ ହୋଇ ଆଫତାବ ଶ୍ରଦ୍ଧାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା । ହତ୍ୟା ପରେ ମୃତଦେହକୁ ଏକ ପ୍ଲାଷ୍ଟିକ୍ ବ୍ୟାଗ୍ରେ ଭର୍ତ୍ତିକରି ଫିଙ୍ଗିଦେବାକୁ ଅଭିଯୁକ୍ତ ଆଫତାବ ଚିନ୍ତା କରିଥିଲା । ଏହା ପରେ ଚିନ୍ତା କରିଥିଲା ଏଇ ପରି ହେଲେ ଶୀଘ୍ର ଧରାପଡ଼ିଯିବା ଆଶଙ୍କା କରି ସେ ଶରୀରକୁ ଖଣ୍ଡଖଣ୍ଡ କରିବା ପାଇଁ କରତ, ହାତୁଡ଼ି ଓ ୩ଟି ଛୁରି କିଣି ଥିଲା ଅଭିଯୁକ୍ତ ଆଫତାବ । ସେ ଆଙ୍ଗୁଠିଗୁଡ଼ିକୁ ଅଲଗା କରିଥିଲା । ତାପରେ ଶ୍ରଦ୍ଧାଙ୍କ ଶରୀରକୁ ୩୫ ଖଣ୍ଡ କରିଥିଲା ଆଫତାବ ! ତାପରେ ସେଗୁଡ଼ିକୁ ଫ୍ରିଜ୍ରେ ଥିଲା !