ଫୋକସ ପ୍ଲସ୧୮/୧/୨୩(ବ୍ୟୁରୋ):ଏମିତି ବହୁତ ଗଛଲତା ଅଛି ସାଧାରଣତଃ ଲୋକେ ଘରକୁ ସୁନ୍ଦର ଦେଖାଯିବା ପାଇଁ ଗଛ ଲତା ଲଗାଇଥାନ୍ତି। ସେହିଭଳି କିଛି ଲୋକ ମଧ୍ୟ ଗାଡେନିଂର ସଉକ ମଧ୍ୟ ରଖିଥାନ୍ତି। କିନ୍ତୁ ଆପଣ ଜାଣନ୍ତି କି ଏହି ଗଛଲତା ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିପାରେ। ବାସ୍ତୁ ଶାସ୍ତ୍ର ଅନୁସାରେ, ଏପରି କେତେକ ଗଛ ଲତା ରହିଛି, ଯାହାକୁ ଲଗାଇବା ଦ୍ୱାରା ଆପଣଙ୍କୁ ଶୁଭଫଳ ମିଳିଥାଏ। ଏହାକୁ ଘରେ ଲଗାଇବା ଦ୍ୱାରା କେବେ ବି ଧନର ଅଭାବ ରହେ ନାହିଁ।ତେବେ ଆସନ୍ତୁ ଜାଣିବା କେଉଁ ଗଛ କେଉଁ ସ୍ଥାନରେ ଲଗାଇଲେ କି ଫଳ ମିଳିଥାଏ।ଗଛଲତା ସମସ୍ତଙ୍କୁ ଭଲ ଲାଗିଥାଏ। ଯେଉଁ ସ୍ଥାନରେ ଗଛଲତା ପରିପୂର୍ଣ୍ଣ ରହିଥାଏ, ସେଠାରେ ଶୁଦ୍ଧ ବାୟୁ ସହିତ ଅମ୍ଳଜାନ ଭରପୂର ରହିଥାଏ। ବିନା ବୃକ୍ଷଲତାରେ ଆମ ଜୀବନ ନିରର୍ଥକ। ବୃକ୍ଷ ଆମକୁ ଆହାର ଦେବା ସହିତ ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ ଅମ୍ଳଜାନ ମଧ୍ୟ ଦେଇଥାଏ। ଗଛ ଦ୍ଵାରା ଅନେକ ସୁବିଧା ମଧ୍ୟ ଆମେ ମାନେ ପାଇଥାଉ | ଘରର ଆଗ୍ନେୟ କୋଣରେ ମନିପ୍ଲାଣ୍ଟ ଗଛ ଲଗାଇବ ଦ୍ୱାରା ଘରେ ଧନବୃଦ୍ଧି ହୋଇଥାଏ| ପେଙ୍ଗସୁଇ ଅନୁସାରେ,ଘରେ କ୍ରାସୁଲା ନାମକ ଗଛ ଲଗାଇବା ଦ୍ୱାରା ମଧ୍ୟ ବହୁତ ଶୁଭଫଳ ମିଳିଥାଏ ଏବଂ ଏହାର ସକାରାତ୍ମକ ପ୍ରଭାବ ଘରେ ପଡିଥାଏ।ଏହା ବ୍ୟତୀତ ଘରେ ଲକ୍ଷ୍ମଣା ନାମକ ଗଛ ଲଗାଇବା ଦ୍ୱାରା ଘରର ଉନ୍ନତି ହୁଏ ଏବଂ ମା’ ଲକ୍ଷ୍ମୀଙ୍କର କୃପା ମଧ୍ୟ ମିଳିଥାଏ। କଦଳୀ ଗଛକୁ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ। କଦଳୀ ଗଛ ବିଷ୍ଣୁ ଭଗବାନର ପ୍ରିୟ ହୋଇଥିବାରୁ ଏହାକୁ ଘରର ଇଶାଣ କୋଣରେ ଲଗାଇବା ଫଳରେ ପରିବାରରେ ସୁଖ ମିଳିଥାଏ।ତେବେ ଦର୍ଶକ ବନ୍ଧୁ ବଏମିତି ଅନେକ ଗଛ ରହିଛି ଯାହା ଶୁଭ ହୋଇଥାଏ ଏବଂ ସେଥିରେ ବିଭିନ୍ନ ଔଷଧୀୟ ଗୁଣ ମଧ୍ୟ ଭରପୂର ରହିଥାଏ |
ଆପଣଙ୍କ ଭାଗ୍ୟ ପରିବର୍ତ୍ତନ କରିପାରେ ଏହି ସବୁ ଗଛ |
