ଆନ୍ଦୋଳନର ପ୍ରଭାବ,ଗରମ ହେଲାଣି ପରିବା ମାର୍କେଟ

ଫୋକସ ପ୍ଲସ 16/3/23(ବ୍ୟୁରୋ): ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ସାରା ରାଜ୍ୟରେ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ଜାରି ରହିଛି, ଯାହାର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଛି |ଡ୍ରାଇଭର ମାନେ ନିଜର ହକ ପାଇଁ ଏବେ ଲଢେଇ କରୁଛନ୍ତି ,ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ତେବେ ରାଜ୍ୟରେ ଏବେ ସବୁ ଜିଲ୍ଲାରେ ଡ୍ରାଇଭର ସଂଘ ମାନଙ୍କର ପ୍ରାଦୁର୍ଭାବ ବଢି ଚାଲିଥିବା ବେଳେ ଏବେ ସାଧାରଣ ଜନତାଙ୍କ ମଧ୍ୟରେ ଜନ ଅସନ୍ତୋଷ ଦେଖିବାକୁ ମିଳୁଛି | ଖାଲି ଜନ ଅସନ୍ତୋଷ ନୁହେଁ ପରିବା ମାର୍କେଟ ମଧ୍ୟ ଗରମ ହେଲାଣି |ପରିବା ମାର୍କେଟରେ ଏବେ ଡ୍ରାଇଭର ମାନଙ୍କର ଆନ୍ଦୋଳନର ପ୍ରଭାବ ପଡୁଥିବା ଦେଖିବାକୁ ମିଳିଲାଣି |ପରିବା ଦର ଏବେ ଆକାଶ ଛୁଆଁ ହେଲାଣି || ଚାରିଆଡେ ପରିବା ମାର୍କେଟ୍କୁ ନେଇ ସଙ୍କଟ ଦେଖା ଦେଇଥିବା ବେଳେ ,କଟକ ଛତ୍ର ବଜାରରେ ପରିବା ଦର ଆକାଶ ଛୁଆଁ ହୋଇଛି | ଯାହା ଦ୍ୱାରା କି ଲୋକେ ପରିବା ମାର୍କେଟରେ ପରିବାକୁ ନେଇ ଦୋକାନୀଙ୍କ ସହ ଯୁକ୍ତି ତର୍କ କରୁଥିବା ଦେଖିବାକୁ ମିଲୁଛି |ଖାଉଟିଙ୍କ ଉପରେ ପ୍ରଭାବ ମଧ୍ୟ ପଡୁଛି ଯାହା ଫଳରେ କି ସମସ୍ତେ ଚିନ୍ତାରେ ଏବେ ଅଛନ୍ତି | ଖାଲି ପରିବା ନୁହେଁ ମାର୍କେଟରେ ତେଲ ଦର ମଧ୍ୟ ବଢ଼ିଲାଣି ,ପେଟ୍ରୋଲ ଡିଜେଲଠୁ ଆରମ୍ଭ କରି ଖାଇବା ତେଲର ମଧ୍ୟ ଦର ବଢ଼ିଲାଣି ଯାହା ଫଳରେ ଲୋକେ ମୁଣ୍ଡରେ ହାତ ଦେଇ ଚିନ୍ତାରେ ବସିଲେଣି | କିନ୍ତୁ ରାଜ୍ୟ ସରକାର ଏଥି ପ୍ରତି କୌଣସି ଦୃଷ୍ଟି ଦେଉନାହାନ୍ତି ବୋଲି ଲୋକେ ଅଭିଯୋଗ ମଧ୍ୟ କରୁଛନ୍ତି | ଫ୍ରୀଭାର ସଂଘ ମାନଙ୍କର ଏବେ ଆନ୍ଦୋଳନ ଜାରି ରହିଛି ଆଉ ନିଜର ଦାବି ପାଇଁ ସେମାନେ ନିଜ ଜିଦରେ ଅଟଳ ରହିଛନ୍ତି | ଆଉ ପରିବା ବଜାର ମଧ୍ୟ ସଂକଟରେ ରହିଛି ,କେବେ ଲୋକେ ଏଥିରୁ ଅସ୍ବସ୍ତି ପାଉଛନ୍ତି ଆଉ ରାଜ୍ୟ ସରକାର ଏସବୁ ପ୍ରତି କେବେ ଦୃଷ୍ଟି ଦେଉଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା |

Leave a Reply

Your email address will not be published. Required fields are marked *