ଆଦିବାସୀଙ୍କ ବିଶାଳ ରାଲି ଏବଂ ଗଣ ବିକ୍ଷୋଭ l

ମୟୁରଭଞ୍ଜ ୨୧/୦୨/୨୦୨୪: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ଆଜି ଜିଲ୍ଲା ପେସା ଗ୍ରାମସଭା କୋ. ଅଡ଼ିନେସନ କମିଟି ତରଫରୁ ଏକ ବିରାଟ ରାଲି ବାମନା ଶାଳ ଠାରୁ ବାହାରି ନଗର ପରିକ୍ରମା କରିବା ପରେ ଆଦିବାସୀ ମାନଙ୍କ ବିଭିନ୍ନ ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପ୍ରଦାନ କରାଯାଇଥିଲା, ଆଦିବାସୀ ନେତା ପଦ୍ମଟୁଡୁଙ୍କ ନେତୃତ୍ୱରେ ସହସହ ଆଦିବାସୀ ନିଜ ନିଜର ପରମ୍ପରା ବେସଭୂଷା ସହିତ ଅସ୍ତ୍ରଶସ୍ତ୍ର ଧରି ରାଲିରେ ଯୋଗଦେଇଥିଲେ,ଆଦିବାସୀ ଗାଁ ଗୁଡିକରେ ଜଙ୍ଗଲ ଜମିକୁ ସୁରକ୍ଷା ଦେବାପାଇଁ ସରକାର ଗ୍ରାମକୋମିଟି ଗଠନ କରିଛନ୍ତି, ଜଙ୍ଗଲକୁ ସୁରକ୍ଷା ଦେଵାସହିତ ଜଙ୍ଗଲକୁ ଯଗିଛନ୍ତି ଗ୍ରାମବାସୀ, କିନ୍ତୁ ବନ ବିଭାଗ ଗ୍ରାମସଭା ନକରି ନିଜ ଇଚ୍ଛା ବଳରେ ଗାଁ ଜଙ୍ଗଲରୁ ମୂଲ୍ୟବାନ ଗଛ କାଟିନେଉଥିବାକୁ ଗାଁ କମିଟି ବିରୋଧ କରିବା ପରେ ମଧ୍ୟ୍ୟ ବନବିଭାଗ ଜଙ୍ଗଲ ସଫା କରିବାରେ ଲାଗିଛନ୍ତି,ସେହିପରି ଶିମିଳିପାଳ ପାଦ ଦେଶରେ ଥିବା ଗ୍ରାମ ନିକଟ ଜଙ୍ଗଲ ଗୁଡିକରେ ପ୍ରତେକ ଦିନ ଗଛ କଟାଯାଉଥିବା ନେଇ ସ୍ୱର ଉତ୍ତଳନ କରିଛନ୍ତି ଗ୍ରାମବାସୀ, ଶିମିଳିପାଳ ପାଦ ଦେଶରେ ଥିବା ଜଙ୍ଗଲ କୁ ଆଦିବାସୀ ମାନେ ଜଗିରହିଥିବା ଏବଂ ସୁରକ୍ଷା ଯୋଗାଇ ଆସୁଥିବା ଦାବି କରିଵା ସହିତ ପେସା ଆଇନ ଲାଗୁକରିବା, ସମ୍ବିଧାନର 13(3)କୁ ପାଳନ କରିବା, ଓଡିଶା ରେଗୁଲେସନ -2 1956କୁ କଡାକଡି ଭାବରେ ପାଳନ କରିବା ପାଇଁ ଆଦିବାସୀ ନେତା ମାନେ ଦାବି କରିଛନ୍ତି,ଆଦିବାସୀ ମାନେ ଉପଜିଲ୍ଲାପାଳଙ୍କ ଗେଟ ସମୁଖରେ ହରତାଳ କରିବା ବେଳେ ଆଦିବାସୀ ଏକତା ଜିନ୍ଦାବାଦ, ନାରାବାଜି ଦେବା ସହିତ ହରତାଳ କରିଥିଲେ, ଜଙ୍ଗଲ ସୁରକ୍ଷା ନେଇ ପରେ ପରେ ଉପଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁଙ୍କୁ କମିଟି ତରଫରୁ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା, ଏହି ରାଲିରେ ଜିଲ୍ଲା ସଭାପତି ପାଣ୍ଡୁରାମ ହେମ୍ବ୍ରମ, ପଦ୍ମ ଟୁଡୁ, ନମରାମ ମୁର୍ମୁ, ସୁନାରାମ ମୁର୍ମୁ, ମଙ୍ଗଲ ଚମ୍ପିଆ, ଲକ୍ଷ୍ମୀଧର ସିଂ, ମାଗୁରମ ହେମ୍ବ୍ରମଙ୍କ ସମେତ ବହୁତ ଆଦିବାସୀ ନେତା କର୍ମୀ ମାନେ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଗ୍ରାମରୁ ଆଦିବାସୀ ମାନେ ଯୋଗଦେଇଥିଲେ l

Leave a Reply

Your email address will not be published. Required fields are marked *