ଆଦିବାସି ମହିଳାଙ୍କୁ ଅସଦାଚାରଣକୁ ନେଇ ଏସଡିପିଓଙ୍କ ଅଫିସ ଘେରାଉ |

https://fb.watch/pNZTB8dMoi/କାମାକ୍ଷାନଗର,୨୫.୦୧.୨୦୨୪: ମଦ ଚଢାଉ ବେଳେ ଆଦିବାସି ମହିଳାଙ୍କୁ ଅସାଦାଚାରଣକୁ ନେଇ ଏସଡିପିଓଙ୍କ ଅଫିସକୁ ଘେରାଉ କଲା ଆଦିବାସି ସଂଗଠନ।ଦୂର୍ବ୍ୟବହାର କରିଥିବା ଅବକାରି କର୍ମଚାରିଙ୍କୁ ଗିରଫ କରିବା ସହ ମହିଳାଙ୍କୁ ନ୍ୟାୟ ଦେବା ପ୍ରତିବାଦରେ ଘେରାଉ କରାାଯଇଛି।ସୂଚନା ଅନୁସାରେ ବାଲିକୂମା ଗ୍ରାମରେ ଗତ ୧୦.୦୧.୨୦୨୪ରିଖରେ ବେଆଇନ ଭାବେ ମଦ ପ୍ରସ୍ତୁତ କରି ବିକ୍ରି କରୁଥିବା ନେଇ ଅବକାରି ବିଭାଗ ଚଢାଉ କରିବା ବେଳେ ଗ୍ରାମର ଶ୍ରିମତି ଟୁଡୁଙ୍କୁ ଅବକାରି ବିଭାଗ ମାଡ ମାରିବା ସହ ଅସାଦାଚାରଣ କରିଥିବା ଅଭିଯୋଗ ହୋଇଛି।ଶ୍ରିମତି ଟୁଡୁଙ୍କ ଘରେ କେହି ନଥିବା ବେଳେ ସେ ଅବକାରି ବିଭାଗ ଅସାଦାଚାରଣ କରିଥିବା ଅଭିଯୋଗ କରିଛି ସଂଗଠନ।ତେବେ ଏନେଇ ଗତ ୧୨ତାରିଖରେ କଙ୍କଡାହାଡ ଥାନା ଘେରାଉ କରାଯାଇଥିଲା।ସେସମୟରେ କାମାକ୍ଷାନଗର ଏସଡିପିଓ ପହଞ୍ଚି ୭ଦିନ ମଧ୍ୟରେ ତଦନ୍ତ କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶୃତି ଦେଇଥିଲେ।କିନ୍ତୁ କୈାଣସି କାର୍ଯ୍ୟାନୁଷ୍ଠାନ ନହେବା ଯୋଗୁ ଆଜି ଏସଡିପିଓଙ୍କ ଅଫିସ ଘେରାଉ କରାାଯାଇଅଛି।ସ୍ଥାନିୟ ଜିରିଡାମାଳି ହଜାର ହଜାର ଆଦିବାସି ମହିଳା ଓ ପୁରୁଷ ରାଲିରେ ବାହାରିବା ସହ ହାତରେ ବିଭିନ୍ନ ପାରମ୍ଫରିକ ଅସ୍ତ୍ରସସ୍ତ୍ର ଧରି ପହଞ୍ଚିଥିଲେ।ନ୍ୟାୟ ନମିଳିବା ଯାଏଁ ଘେରାଉ ଯାରି ରହିବ ବୋଲି କୁହାଯାଇଛି।ରାଲିକୁ ନଜର ବିଶୃଙ୍ଖଳକୁ ଏଡାଇବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

Leave a Reply

Your email address will not be published. Required fields are marked *