ଫୋକସ ପ୍ଲସ 5/6/22(ଅନୁଗୁଳ): ସଦର ଥାନା ଅନ୍ତର୍ଗତ ବେନ୍ତପୁର ଗ୍ରାମରେ ଜଣେ ଦୁଇ ବର୍ଷ ତଳୁ ବିବାହ କରିଥିବା ଓ ଆଠ ମାସ ର ଗର୍ଭବତୀ ଥିବା ମହିଳାଙ୍କ ହତ୍ୟା କରାଯାଇ ତାଙ୍କୁ ରଶି ଲଗାଇ ଦେଇଥିବା ଓ ଏହାକୁ ଏକ ଆତ୍ମହତ୍ୟା ର ରୂପ ଦେଇଥିବା ଝିଅ ର ପରିବାର ଲୋକ ଅଭିଯୋଗ କରିଛନ୍ତି । ସଦର ଥାନାର ଗୋଟିଏ ଦଳ ସେଠାରେ ପହଁଚି ତଦନ୍ତ କରୁଥିବା ବେଳେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତ ରେ ଶବର ତନଖି କରାଯାଇଛି । କିନ୍ତୁ ଏହି ଅଭିଯୋଗ କୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି ଶାଶୁ ଘର ଲୋକ ସେମାନଙ୍କ କହିବା ଅନୁଯାୟୀ ସେ ନିଜେ ସ୍ୱାମୀ ସହିତ ଝଗଡା ହୋଇ ଆତ୍ମହତ୍ୟା କରିଛନ୍ତି । ତେବେ ମହିଳାଙ୍କ ପରିବାର ପକ୍ଷରୁ ସଦର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।
ତେବେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ଯେ ବିବାହ ସମୟରେ ସୁନା ଓ ଯୌତୁକ ବାବଦ କୁ 3 ଲକ୍ଷ ଟଙ୍କା ଦେଇଥିଲେ କିନ୍ତୁ ଅଧିକ 2 ଲକ୍ଷ ଟଙ୍କା ଯୌତୁକ ପାଇଁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲା ଓ ପରବର୍ତ୍ତୀ ସମୟରେ ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟା ର ରୂପ ଦିଆଯାଇଥିବା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି ।
ଏହି ତଦନ୍ତ କୁ ସୁଦୃଢ କରିବା ପାଇଁ ମାଜିଷ୍ଟ୍ରେଟ ମଧ୍ୟ ସେଠାରେ ଉପସ୍ଥିତ ଥିଲେ , ପୋଲିସ ସେଠାରୁ ଏକ ସୁଇସାଇଡ଼ ନୋଟ , ମୋବାଇଲ ଓ ରକ୍ତ ଲେଖା ଚିଠି ଜବତ କରିଛି ।
ଅନୁଗୁଳରୁ ସତ୍ୟଶମ୍ଭୁ ନାଏକଙ୍କ ରିପୋର୍ଟ ଫୋକସ୍ ପ୍ଲସ
ଆଠ ମାସର ଗର୍ଭବତୀ ମହିଳା ଙ୍କୁ ହତ୍ୟା
