ଆଜି ହେଉଛି ପବିତ୍ର ମହାଳୟା । 

ଆଶ୍ୱିନ ମାସର ଅମାବାସ୍ୟା ତଥା ପିତୃପକ୍ଷର ଶେଷ ଦିନ। ଆଶ୍ୱିନ ମାସର ଅନ୍ଧାର ପକ୍ଷରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବାର ପରମ୍ପରା ଅଛି। ଯଦି କିଏ ଦେଇପାରିନଥିବ, ତେବେ ଆଜି ହେଉଛି ଶ୍ରାଦ୍ଧ ଦେବାର ଶେଷ ଦିନ। ମହାଳୟାରେ ପିତୃ ପୁରୁଷ ଓ ମାମୁଁ ଘର ତିନି ପୁରୁଷଙ୍କୁ ପିଣ୍ଡଦାନ କରିବାର ପରମ୍ପରା ରହିଛି । ପିଣ୍ଡଦାନ କଲେ ପରଲୋକଗତ ଆତ୍ମାର ସଦଗତି ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ପରିପ୍ରେକ୍ଷୀରେ ପବିତ୍ର ସ୍ଥାନଗୁଡ଼ିକରେ ଶ୍ରଦ୍ଧାଳୁମାନେ ପିଣ୍ଡଦାନ କରୁଛନ୍ତି ।

ପୁରାଣରେ କୁହାଯାଇଛି ଯେ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱର ରାକ୍ଷସ ରାଜା ମହିଷାସୁରକୁ ପରାସ୍ତ କରିବା ପାଇଁ ଦେବୀ ଦୁର୍ଗାଙ୍କୁ ସୃଷ୍ଟି କରିଥିଲେ। ମହିଷାସୁରକୁ ବରଦାନ ମିଳିଥିଲାଯେ, ଦେବୀ ଦେବତା ସମେତ କେହି ବି ତା’ର ବିନାଶ କରିପାରିବେ ନାହିଁ। ଦେବୀ ଦୁର୍ଗାଙ୍କ ସୃଷ୍ଟିକର୍ତ୍ତାମାନେ ତାଙ୍କୁ ମହିଷାସୁର ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଅନେକ ଅସ୍ତ୍ରଶସ୍ତ୍ର ଦେଇଥିଲେ। ମୌଳିକ ଭାବରେ ମହାଳୟା ଦେବୀ ହେଉଛନ୍ତି ଦୁର୍ଗାଙ୍କ ପ୍ରତୀକ। ଦେବୀ ଦୁର୍ଗାଙ୍କୁ ପରମ ଶକ୍ତିର ଉତ୍ସ ଭାବରେ ବିବେଚନା କରାଯାଏ।

Leave a Reply

Your email address will not be published. Required fields are marked *