ଆଜି ଭାରତ-ପାକିସ୍ତାନ ହାଇଭଲ୍ଟେଜ ଲଢେଇ

ଚାମ୍ପିୟନସ ଟ୍ରଫିରେ ଆଜି ସବୁଠାରୁ ବଡ଼ ମ୍ୟାଚ୍। ହାଇଭୋଲଟେଜ୍ ଇଣ୍ଡିଆ-ପାକିସ୍ତାନ ଟକ୍କର। ଦୁବାଇରେ ହେବ ଏହି ମ୍ଯାଚ। ମୁହାଁମୁହିଁ ହେବ ଦୁଇ ପ୍ରତିନ୍ଦ୍ଵନ୍ଦ୍ଵୀ ଭାରତ –ପାକିସ୍ତାନ। ରୋହିତ ଶର୍ମାଙ୍କ ନେତୃତ୍ଵରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ। ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ଭାରତ ୬ ୱିକେଟରେ ହରାଇଥିବାରୁ ଖେଳାଳିଙ୍କ ଆତ୍ମବିଶ୍ଵାସ ଦୃଢ ରହିଛି। ଆଜିର ମ୍ୟାଚ ଜିତିଲେ ଟିମ୍ ଇଣ୍ଡିଆ ସେମିଫାଇନାଲର ପ୍ରମୁଖ ଦାବିଦାର ହେବ। ଭାରତର ପ୍ଲେଇଂ ଇଲେଭେନ ଉପରେ ରହିଛି ସମସ୍ତଙ୍କ ନଜର। ଜଣାପଡୁଛି ଏକ ଅତିରିକ୍ତ ସ୍ପିନର ଭାବେ ବରୁଣ ଚକ୍ରବର୍ତ୍ତୀଙ୍କୁ ସ୍ଥାନ ମିଳିପାରେ। ଏପରି ହେଲେ ହର୍ଷିତ ରାଣା ବାଦ୍ ପଡ଼ିବେ। ସେପଟେ ବ୍ଯାଟିଂରେ ଟପ୍ ଅର୍ଡର ହିଁ ଟ୍ରମ୍ପ କାର୍ଡ ହେବ। ଚେଜ୍ ମାଷ୍ଟର କୋହଲିଙ୍କ ଉପରେ ସମସ୍ତଙ୍କ ନଜର। ସେପଟେ ପାକିସ୍ତାର ବଳ ହେଉଛି ଫାଷ୍ଟ ବୋଲିଂ। କିନ୍ତୁ ସ୍ପେଶାଲିଷ୍ଟ ସ୍ପିନର ନାହାନ୍ତି। ଅବରାର ଅହମ୍ମଦ ଜଣେ ମାତ୍ର ସ୍ପିନର ଅଛନ୍ତି। ଆଜିର ମ୍ଯାଚ ପାକିସ୍ତାନ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଯଦି ଆଜି ଭାରତଠାରୁ ପାକିସ୍ତାନ ହାରି ଯାଏ ତେବେ ଟୁର୍ଣ୍ଣାମେଣ୍ଟରୁ ବାହାରି ଯାଇପାରେ ଆୟୋଜକ ପାକିସ୍ତାନ ।

Leave a Reply

Your email address will not be published. Required fields are marked *