ଗୋଲ୍ଡ କୋଷ୍ଟ: ଭାରତ ବିପକ୍ଷ ସଂଘର୍ଷପୂର୍ଣ୍ଣ ଦିନିକିଆ ଶୃଙ୍ଖଳାକୁ ଘରୋଇ ଅଷ୍ଟ୍ରେଲିଆ ଜିତିବା ପରେ ଟ୍ବେଣ୍ଟି୨୦ ଶୃଙ୍ଖଳା ସଂଘର୍ଷପୂର୍ଣ୍ଣ ହୋଇଛି। ୫-ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବାତିଲ ହୋଇଥିବା ବେଳେ ଅଷ୍ଟ୍ରେଲିଆ ୨ୟ ଓ ଭାରତ ୩ୟ ଟ୍ବେଣ୍ଟି୨୦ ମ୍ୟାଚ୍ ଜିତିଛନ୍ତି। ଗୁରୁବାର ଏଠାରେ ଉଭୟ ଦଳଙ୍କ ମଧ୍ୟରେ ଚତୁର୍ଥ ମ୍ୟାଚ୍ ଖେଳାଯିବ। ଶୃଙ୍ଖଳା ଆଗକୁ ବଢ଼ିବା ସହ ଅଷ୍ଟ୍ରେଲିଆ ଦଳ ଦୁର୍ବଳ ହେବାରେ ଲାଗିଛି ଏବଂ ଭାରତୀୟ ଖେଳାଳି ଲୟକୁ ଫେରିଛନ୍ତି।
ପ୍ରଥମ ୨ଟି ମ୍ୟାଚ୍ ପେର ଅଷ୍ଟ୍ରେଲିଆର ମ୍ୟାଚ୍ ବିଜେତା ଫାଷ୍ଟବୋଲର ଜୋଶ୍ ହାଜେଲ୍ଉଡ୍ ଆସେସ୍ ପ୍ରସ୍ତୁତି ପାଇଁ ଚାଲି ଯାଇଛନ୍ତି। ୩ୟ ମ୍ୟାଚ୍ ପରେ ବିସ୍ଫୋରକ ଓପ୍ନର ଟ୍ରାଭିସ୍ ହେଡ୍ ଓ ପେସ୍ ବୋଲର ସନ୍ ଆବଟ୍ ମଧ୍ୟ ସମାନ କାରଣରୁ ଚାଲି ଯାଇଛନ୍ତି। ଗୁରୁବାର ମ୍ୟାଚ୍ରେ ଯେଉଁ ଦଳ ବିଜୟୀ ହେବ; ଏହାର ଶୃଙ୍ଖଳା ପରାଜୟ ଅସମ୍ଭବ। ଅନ୍ୟପକ୍ଷରେ ଭାରତ ଦ୍ବିତୀୟ ଟ୍ବେଣ୍ଟି୨୦ ମ୍ୟାଚ୍ ହାରିବା ପରେ ତୃତୀୟ ମ୍ୟାଚ୍ରେ ୩ଟି ପରିବର୍ତ୍ତନ କରିଥିଲା। ଏହି ତିନି ଖେଳାଳି ଅର୍ଶଦୀପ ସିଂହ, ୱାଶିଂଟନ ସୁନ୍ଦର ଓ ଜିତେଶ ଶର୍ମା ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତେଣୁ ୪ର୍ଥ ମ୍ୟାଚ୍ ଜିତିବାକୁ ଭାରତ ଫେଭରିଟ୍।
