ଆଜି ଠାରୁ ଆରମ୍ଭ ହୋଇଛି ବିଧାନ ସଭାର ବଜେଟ ଅଧିବେଶନ |

ଫୋକସ ପ୍ଲସ 21/2/23( ବ୍ୟୁରୋ): ଆଜି ଠାରୁ ଆରମ୍ଭ ହୋଇଛି ବିଧାନ ସଭାର ବଜେଟ ଅଧିବେଶନ | ତେବେ ୨ଟି ପର୍ଯ୍ୟାୟରେ ଏହି ବଜେଟ ଅଧିଵେଶନ ବସିବା ନେଇ ସୂଚନା ମଧ୍ୟ ମିଳିସାରିଛି | ଏହି ବିଧାନ ସଭା ବଜେଟ ଅଧିବେଶନରେ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି । ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ଏପ୍ରିଲ ୬ ତାରିଖ ଯାଏଁ ଚାଲିବ । ପ୍ରଥମ ପର୍ଯ୍ୟାୟରେ ଅଧିବେଶନ ମାର୍ଚ୍ଚ ୧ ତାରିଖ ଯାଏଁ ହେବ । ଦ୍ୱିତୀୟ ପର୍ଯ୍ୟାୟ ୧୦ ତାରିଖରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଅଧିବେଶନରେ ମୋଟ ୨୭ଟି କାର୍ଯ୍ୟ ଦିବସ ରହିଛି । ତେବେ ଅଧିବେଶନର ପ୍ରଥମ ଦିନରେ ଆଜି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଗୃହରେ ଅଭିଭାଷଣ ରଖିବେ ବୋଲି ପୂର୍ବରୁ ସୂଚନା ରହିଛି | । ୨୪ ତାରିଖରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରାଯିବ । ତେବେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଚଳିତ ସରକାରର ଏହା ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ । ଗତ ସପ୍ତାହରେ ଏହି ବଜେଟ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟର ଅନୁମୋଦନ ପାଇ ସାରିଛି ।ଅନ୍ୟପକ୍ଷରେ ବିଧାନସଭା କିଭଳି ବିନା ଦ୍ବିଧାରେ ସୁରୁଖୁରୁରେ ଚାଲିବ, ସେ ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସି ରଣନୀତି ନିର୍ଦ୍ଧାରଣ ହୋଇଛି । ସେପଟେ ଆରମ୍ଭରୁ ବିଜେପି ଗୃହ ଭିତରେ ଆକ୍ରମଣାତ୍ମକ ଭୂମିକା ନେବାକୁ ନିଷ୍ପତ୍ତି ନେଇଛି । ଦଳର ରାଜ୍ୟ କାର୍ଯ୍ୟାଳୟରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବିଧାୟକ ଦଳ ବୈଠକରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ଶାସକ ଦଳକୁ ଘେରିବାକୁ ଯୋଜନା ହୋଇଛି । ଦଳର ରାଜ୍ୟ ପ୍ରଭାରୀ ସୁନିଲ୍‌ ବଂଶଲଙ୍କ ଉପସ୍ଥିତିରେ ଏ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା ହୋଇଥିଲା । ଗତ ସପ୍ତାହରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବର ଗସ୍ତରେ ଆସିଥିଲା ବେଳେ ବିରୋଧୀ ଦଳ ନେତାଙ୍କ ବାସଭବନରେ ଦଳର ସମସ୍ତ ବିଧାୟକ ତାଙ୍କୁ ଭେଟି ଦଳର କାର୍ଯ୍ୟପନ୍ଥା ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *