ମୁଲାନପୁର: ଗୁରୁବାରଠାରୁ ଆରମ୍ଭ ହେଉଥିବା ଆଇପିଏଲ୍ ପ୍ଲେ ଅଫ୍ର ପ୍ରଥମ ଲଢ଼େଇ ଅର୍ଥାତ୍ ପ୍ରଥମ କ୍ବାଲିଫାୟର୍ରେ ପଞ୍ଜାବ କିଙ୍ଗ୍ସ-ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁ (ଆର୍ସିବି)ରୁ ମୁହାଁମୁହିଁ ହେବେ। ଉଭୟ ଦଳ ପ୍ରଥମ ଟ୍ରଫି ଜିତିବା ଲକ୍ଷ୍ୟରେ ଥିବାରୁ ନିଜ ଜୟଯାତ୍ରାକୁ ଜାରି ରଖି ଫାଇନାଲ୍ ଟିକଟ ଏହି ମ୍ୟାଚ୍ରେ ହିଁ ହାସଲ କରିନେବା ଲକ୍ଷ୍ୟରେ ରହିବେ। ପଏଣ୍ଟ୍ ତାଲିକାର ପ୍ରଥମ ଦୁଇ ସ୍ଥାନରେ ରହିଥିବାରୁ ଦୁଇଟି ଯାକ ଦଳ ଅବଶ୍ୟ ଫାଇନାଲ୍କୁ ଯିବା ଲାଗି କ୍ବାଲିଫାୟର୍-୨ ଖେଳିବାର ସୁଯୋଗ ପାଇବେ। କ୍ବାଲିଫାୟର୍-୨ରେ କ୍ବାଲିଫାୟର-୧ର ପରାଜିତ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ଶୁକ୍ରବାର ଖେଳାଯିବାକୁ ଥିବା ଏଲିମିନେଟର୍ ମ୍ୟାଚ୍ର ବିଜେତାକୁ ଭେଟିବ। କ୍ବାଲିଫାୟର-୧ର ବିଜେତା କିନ୍ତୁ ଆତ୍ମବିଶ୍ବାସର ସହ ଫାଇନାଲ୍ ଖେଳିବାର ମନସ୍ତାତ୍ବିକ ଫାଇଦାରେ ରହିବ।
ଆଜି ଆଇପିଏଲ୍ ପ୍ଲେ ଅଫ୍ର ପ୍ରଥମ ଲଢ଼େଇ, ପ୍ରଥମ କ୍ବାଲିଫାୟର୍ରେ ପଞ୍ଜାବ କିଙ୍ଗ୍ସ- ଆର୍ସିବି ମୁହାଁମୁହିଁ ହେବେ।
