ଫୋକସ ପ୍ଲସ ୫/୨/୨୩(ବ୍ୟୁରୋ):
୧-ୟୁଏସ ପରେ ଏବେ ଲାଟିନ୍ ଆମେରିକା ଉପରେ ଦେଖାଗଲା ଚୀନର ଗୁପ୍ତଚର ବେଲୁନ: ପେଣ୍ଟାଗନ।
୨-ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ସୁନାଲଟି ନିକଟରେ ଅଘଟଣl ଗ୍ୟାସ ପାଇପ ତିଆରି ବେଳେ କମ୍ପ୍ରେସର ଚାପାରେ ଛିଟିକି ପଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୩ ଶ୍ରମିକ ଗୁରୁତର ହୋଇଛନ୍ତି।
୩-ମହାଶିବରାତ୍ରୀରେ ଟି-ସେତୁରେ ଯାନବାହାନ ଚଳାଚଳ ବନ୍ଦ । ଉଚ୍ଚସ୍ତରୀୟ ବୈଠକରେ ନିଆଗଲା ନିଷ୍ପତି।
୪-ଗୋପାଳ ଦାସର ହେଲା ମାନସିକ ସ୍ଥିତି ଯାଞ୍ଚ । ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ଗଲା ପାଇଖାନାରୁ ମିଳିଥିବା କାଗଜ।
୫-ଯୋଶୀମଠ ପରେ ଡୋଡାରେ ଧସିଲା ମାଟି। ୨୦ ଘରେ ଫାଟ ସୃଷ୍ଟି, ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର।
୬-ମାଗଣା ଶାଢ଼ି ନେବାକୁ ମାରପିଟ ଦଳ ଚକଟା। ଘଟଣାର ୪ ବୟସ୍କା ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ତାମିଲନାଡୁ ତିରୁପତ୍ତୁର ଜିଲ୍ଲାର ବାଣିୟାମ୍ପାଡି ଠାରେ ଏଭଳି ଅଭାବନୀୟ ଘଟିଛି।
୭-ଆସାମରେ ବାଲ୍ୟବିବାହ ନେଇ ବଡ କାର୍ଯ୍ୟାନୁଷ୍ଠାନ। ସମ୍ପୃକ୍ତି ଅଭିଯୋଗରେ ଗିରଫ ହେଲେଣି ୨୨୧୧।
୮-ଆଥଲେଟିକ୍ ଆକାଡେମୀରେ ଚାଲିଛି ଜବରଦସ୍ତି ଅଧିଗ୍ରହଣ ଓ ଗୁଣ୍ଡାଗର୍ଦ୍ଦି: IOA ଅଧ୍ୟକ୍ଷ ପିଟି ଉଷା।
୯-ମାର୍ଚ୍ଚ ୧୦ରୁ ମାଟ୍ରିକ୍ ପରୀକ୍ଷା, ସକାଳ ୮ଟାରୁ ଆରମ୍ଭ ହୋଇ ୧୦ଟାରେ ସରିବ।
୧୦-କିମ୍ବଦନ୍ତୀ ଗାୟିକା ବାଣୀ ଜୟରାମଙ୍କର ତାଙ୍କ ଚେନ୍ନାଇ-ସ୍ଥିତ ବାସଭବନରେ ଶନିବାର ଦିନ ପରଲୋକ ହୋଇଯାଇଛି।
୧୧-ବିଭିନ୍ନ ସ୍ଥାନରେ ତୁଷାରପାତ: ଘୁ.ଉଦୟଗିରିରେ ପାରଦ ୩.୨, ଫୁଲବାଣୀରେ ୫.୬।
୧୨-ଓଡ଼ିଶା ଲଳିତ କଳାଏକାଡେମି ପୁରସ୍କାର ଘୋଷଣା: ଚିତ୍ରଶିଳ୍ପୀ ବଂଶୀଧର ପ୍ରତିହାରୀ ପାଇବେ ‘ଧର୍ମପଦ ପୁରସ୍କାର-୨୦୨୨’।
୧୩-ପାକିସ୍ତାନ ହାତରୁ ଖସିଲା ଏସିଆ କପ୍ ୨୦୨୩ର ଆୟୋଜନ ଅଧିକାର, ମାର୍ଚ୍ଚରେ ଭେନ୍ୟୁ ଉପରେ ନିଷ୍ପତ୍ତି।
୧୪-ଆମେରିକାରେ ଭୀଷଣ ଥଣ୍ଡା, ମାଉଣ୍ଟ ୱାଶିଂଟନରେ ତାପମାତ୍ରା -୭୯ ଡିଗ୍ରୀ; ମେନ୍ ରାଜ୍ୟରେ ଭାଙ୍ଗିଲା ୪୦ ବର୍ଷର ରେକର୍ଡ।
୧୫-ସୁପ୍ରିମକୋର୍ଟର ୫ ବିଚାରପତି ନିଯୁକ୍ତ।
୧୬-ମହାବାହୁଙ୍କୁ ଦର୍ଶନ କଲେ ଅଭିନେତା ଅରୁଣ ଗୋଭିଲ୍; ରବିବାର “ଶୁନୋ ଶ୍ରୀରାମ କାହାଣୀ” କରିବେ ଶୁଭାରମ୍ଭ ।