ଫୋକସ ପ୍ଲସ(ଆଠମଲ୍ଲିକ)୨୯/୦୮/୨୦୨୨: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର କିଶୋର ନଗର ବ୍ଲକ ସଞ୍ଜାମୁରା ପଂଚାୟତ ଅନ୍ତର୍ଗତ ନିମିତିରି ଗ୍ରାମର ଖସୁଆ ଢ଼ିପସାହି ଟି ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଏ ପରି ଅବସ୍ଥାରେ ଅଛି ଯେ ନିଜେ ସ୍ଵଚକ୍ଷୁ ରେ ନଦେଖିଲେ କଳ୍ପନା କରିପାରିବେ ନାହିଁ ।ଉକ୍ତ ସାହିରେ ୪୦ ରୁ ଉର୍ଦ୍ଧ୍ବ ପରିବାର ୨୦୦ ଲୋକ ବସବାସ କରନ୍ତି । ବର୍ତ୍ତମାନ ସୁଦ୍ଧା ଉକ୍ତ ସାହିକୁ ରାସ୍ତା ଟିଏ ନାହିଁ ଯାହାକି ଛୋଟ ଛୋଟ ଛାତ୍ରଛାତ୍ରୀ ମାନେ ପଢି ଯିବାପାଇଁ ବିଦ୍ୟାଳୟ ଗୋଟିଏ କିଲୋମିଟର ରେ ଅବସ୍ଥିତ । ବର୍ଷା ଦିନେ ଛାତ୍ରଛାତ୍ରୀ ମାନେ ରାସ୍ତା ନଥିବା ରୁ ପାଣିକାଦୁଆ ହୁଡା କାଉଞ୍ଚୀଆ ରେ ବଡ ଅସୁବିଧ ର ସମ୍ମୁଖିନ ହୋଇ ପାଠ ପଢି ଯାଇଥିବାର ଦେଖାଦେଇଛି । ଗର୍ଭବତୀ ,ପ୍ରସୂତି କିମ୍ବା ଯେକୌଣସି ରୋଗୀକୁ ନେବାପାଇଁ ଆମ୍ବଲାନ୍ସ ଟିଏ ଦର୍ଶନ ମିଳେନାହିଁ । ସାହିରୁ ଏକକିଲୋମିଟର ଦୂର ପର୍ଯ୍ୟନ୍ତ ରୋଗୀଙ୍କୁ ଖଟିଆରେ ବୋହିନେଲେ ଯାଇ ଆମ୍ବଲାନ୍ସ ମିଳିଥାଏ । ପଞ୍ଚ।ୟତ ଠାରୁ ବିଧାନସଭା ରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ମାନେ ନିର୍ବାଚନ ସମୟ ରେ ରାସ୍ତା ଦେବା ନିମନ୍ତେ ପ୍ରତିଶୃତି ଦେଇ ଚାଲି ଯାଆନ୍ତି ।ହେଲେ ଭୋଟ ପାଇ ଜିତିଗଲା ପରେ ସହିବାସୀଙ୍କୁ ଭୁଲି ଯାଆନ୍ତି । ଏହା ଏକ ବଡ଼ ବିଡମ୍ବନା ବିଷୟ ଦେଖାଦେଇଛି । ଉକ୍ତ ସାହିବାସୀଙ୍କ ପ୍ରକୃତ ସମସ୍ୟା କୁ ଅନୁଧ୍ୟାନ କରି ବର୍ତ୍ତମାନର ସରପଞ୍ଚ କମଳିନୀ ପ୍ରଧାନ ଉକ୍ତସାହିକୁ ନୂତନ ଭାବେ ରାସ୍ତା ଟିଏ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ କେତେକ ଖଳ ପ୍ରକୃତିର ସ୍ୱାର୍ଥ ନ୍ୟେଠି ଟାଉଟର ଲୋକ ରାସ୍ତା କାମ କରିବାରେ ବ୍ୟାଘାତ ସୃଷ୍ଟି କରୁଥିବା ଦେଖାଦେଇଛି । ଯାହାକି ସରକାରୀ ଜାଗାରେ ରାସ୍ତା ନିର୍ମାଣ କୁ ବିରୋଧ କରିଛନ୍ତି । ବିରୋଧ କାର୍ଯ୍ୟ କୁ ସମାଧାନ କରିବା ପାଇଁ କିଶୋରନଗର ତହସିଲଦାର ରଣିଆକଟା ଆରଆଇ ଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଖଳ ପ୍ରବୃତିର ଲୋକ ଙ୍କ କଥାରେପଡି ଆରଆଇ ନିରବ ଦ୍ରଷ୍ଟା ସାଜିଥିବା ଦେଖାଦେଇଛି ।ପ୍ରଶାସନର ଆଢୁଆଳ ରେ ଥିବା ଉକ୍ତ ସାହିର ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରି ଉକ୍ତ ସାହିକୁ ନିତିଦିନିଆ ରାସ୍ତା ଟିଏ ପାଇବାକୁ ଆଠମଲ୍ଲିକ ଉପଜିଲ୍ଲାପାଳ ଙ୍କୁ ସାହିବାସୀ ଗଣ ମାଧ୍ୟମ ଜରିଆରେ ନିବେଦନ କରିଛନ୍ତି ।
ଆଠମଲ୍ଲିକ ରୁ କରୁଣାକର ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ ।